ମାଣିତରାରେ”ମୋ ଗାଁରେ ତହସିଲ”କ।ର୍ଯ୍ୟକ୍ରମ

ବୁଗୁଡା- ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଶନିବାର ଦିନ ” ମୋ ଗାଁରେ ତହସିଲ” ଅନୁଷ୍ଠିତ ହୋଇଯାଇଛି। କ।ର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର,ତହସିଲଦାର ସଂଗ୍ରାମ କେଶରୀ ଜେନା, ମଣିତରା ସରପଞ୍ଚ ଶାନ୍ତିଲତା ନାୟକ, ୪୨ ନଂ ଜୋନ ଜିଲ୍ଲା ପରିଷଦ ସଦ୍ୟସ୍ୟା ଭୁବନେଶ୍ଵରୀ ଖଟେଇ, ସମିତି ସଭ୍ୟା ସୁଜାତା କୁମାରୀ ପ୍ରଧାନ ଓ ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।ଏହି କ।ର୍ଯ୍ୟକ୍ରମରେ ମାଣିତରା ଓ ସଙ୍କରୁ ପଞ୍ଚାୟତର ୧୧୬ ଜଣ ବ୍ୟକ୍ତିଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ