ହିରୋ ମୋଟୋସ୍ପୋର୍ଟସ୍ ଟିମ୍ ର୍ୟାଲି ପକ୍ଷରୁ ଡକାର-୨୦୨୦
ବିଶ୍ୱର ବୃହତ୍ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ହିରୋ ମୋଟାସ୍ପୋର୍ଟସ୍ ଟିମ୍ ର୍ୟାଲିପକ୍ଷରୁ ଡକାର୍ -୨୦୨୦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲଗାତାର ୪ର୍ଥ ଥର ପାଇଁ ହିରୋ ମୋଟୋସ୍ପୋଟର୍ସ ଡକାର ର୍ୟାଲିରେ ଯୋଗଦେବା ଲାଗି ପ୍ରସ୍ତୁତି ଜାରି ରହିଛି । ହିରୋ ମୋଟୋସ୍ପୋଟର୍ସ ଟିମ୍ ସାଉଦି ଆରବର ଜେଦାରେ ପହଂଚି ସାରିଛନ୍ତି । ଜେଦା ଡକାର-୨୦୨୦ର ପ୍ରାରମ୍ଭିକ ପଏଂଟ୍ । ୨୦୨୦ ଜାନୁୟାରୀ ୫ ତାରିଖଠାରୁ ଡକାର ର୍ୟାଲିର ୪୨ତମ ସଂସ୍କରଣ ଆରମ୍ଭ ହେବ । ଏଥିରେ ୧୨ଟି ପ୍ରର୍ଯ୍ୟାୟ ରହିଛି । ଏହା ରିଆଦ୍ ନିକଟସ୍ଥ କ୍ୱାଦିୟାଠାରେ ଶେଷ ହେବ । ଏହି ର୍ୟାଲିର ୭,୯୦୦କିମି ମଧ୍ୟରୁ ୫,୦୦୦କିମି ଅତି ଗୁରୁତ୍ୱପୂର୍ଣ୍ଣ । ର୍ୟାଲିର ଫ୍ଲାଗ୍ ଅଫ୍ ୨୦୨୦ ଜାନୁୟାରୀ ୪ ତାରିଖରେ କରାଯିବ । ୨୦୧୯ରେ ଟିମ୍ ପାନ୍ ଆଫ୍ରିକା ର୍ୟାଲି ବିଜେତା ଜ୍ୟାକ୍ସିମ୍ ରୋଡ୍ରଗ୍ୱିସ, ସି.ଏସ୍. ସନ୍ତୋଷ, ପାଉଲୋ ଗୋନ୍କ୍ଲେଭସ୍ ଏବଂ ସେବାଷ୍ଟିଆନ୍ ଭୁଲେରଙ୍କ ନେତୃତ୍ୱରେ ଡକାର-୨୦୨୦ରେ ଯୋଗଦେବା ପାଇଁ ପ୍ରସ୍ତୁତି ଶେଷ କରିଛି । ଜର୍ମାନ୍ର ସେବାଷ୍ଟିଆନ୍ ଭୁଲେର ଓରିଏଲ୍ ମିନାଙ୍କ ସ୍ଥାନରେ ଯୋଗଦେଇଛନ୍ତି । ଓରିଏଲ୍ ମିନା ଡକାର-୨୦୧୮ ଏବଂ ୨୦୧୯ରେ ଯୋଗଦେଇଥିବାବେଳେ ଆଘାତ କାରଣରୁ ଡକାର-୨୦୨୦ରେ ଯୋଗଦେଇପାରୁ ନାହାଁନ୍ତି ।


