ମହେନ୍ଦ୍ର ଉତ୍ସବ ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗତ ୨ଦିନ ଧରି ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଦ୍ୱାରା ପରିବେଷିତ ହୋଇ ଆସୁଥିବା ମହେନ୍ଦ୍ର ଉତ୍ସବ ଗତକାଲି ଉଦ୍ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଅନୁସୁଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ କହିଥିଲେ ଯେ,ଲୋକଙ୍କ ଉନ୍ନତି ପାଇଁ ସରକାରୀ ଭାବେ ବହୁ ଉନ୍ନୟନ ମୁଳକ ଯୋଜନା କାର୍ଯ୍ୟକ୍ରମ କରାଯାଉଛି । ସମସ୍ତ ଯୋଜନାର ତଥ୍ୟ ଲୋକଙ୍କ ନିକଟରେ ପହଞ୍ôଚବା ନିଶ୍ଚିତ ଭାବେ ଆବଶ୍ୟକ । ଯ ଦ୍ୱାରା ଲୋକେ ସଚେତନ ହେବେ ଏବଂ ଉନ୍ନୟନ ମୁଳକ ଯୋଜନା ଗୁଡିକ ସଠିକ୍ ଭାବେ ରୁପାୟନ ହୋଇ ଲୋକଙ୍କ ଉନ୍ନତି ସାଧିତ ହୋଇପାରିବ । ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୁୟାଁଙ୍କ ଅଧ୍ୟକ୍ଷକତାରେ ଆୟୋଜିତ ଏହି ଉଦ୍ଜାପନୀ ଉତ୍ସବରେ ମୋହନା ବିଧାୟକ ଦାସରଥି ଗମାଙ୍ଗ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ସାରା ଶର୍ମ.ସହରାଞ୍ଚଳ ସମବାୟ ବ୍ୟାଙ୍କ ସଭାପତି ପ୍ରଦୀପ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ୍ ଯୋଗ ଦେଇଥିବା ବେଳେ ବିଡିଓ ଲୁକାଶ ପ୍ରଧାନ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଆର.ବିଜୟ କୁମାର,ବ୍ଲକ ଉପାଧ୍ୟକ୍ଷ ଟି.ଇଶ୍ୱରୀ ପ୍ରମୁଖ ମଞ୍ଚାସିନ ଥିଲେ । ପରିଶେଷରେ ରଙ୍ଗ।।ରଙ୍ଗା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


