ମୁମ୍ବାଇରେ ସମ୍ମାନିତ ହେଲେ ସୁବ୍ରତ
ନାଉଗାଁ : ସୂଦୁର ମୁମ୍ବାଇ ସହରର ହୋଟେଲ ସି ପ୍ରିନସେସରେ ଆର୍ନ୍ତଜାତିକ ମାନବାଧିକାର ପରିଷଦ ତରଫରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱିପ ଅଂଚଳରେ କାର୍ଯ୍ୟରତ ସାମ୍ବାଦିକ ସୁବ୍ରତ କୁମାର ନାୟକଙ୍କୁ ସମ୍ମାନିତ କରାଯାଇଛି । ସେ ସମ୍ବାଦିକ ବୃତି ସହିତ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ହେତୁ ତାଙ୍କୁ ଡଃ.ବାବା ସାହେବ ଆମ୍ବେଦକର ନୋବେଲ ଆୱାର୍ଡ-୨୦୧୯ରେ ସମ୍ମାନିତ କରାଯାଇଛି । ସେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଘୋଡାଂଶ ଗ୍ରାମର ଶିବ ଚରଣ ନାୟକ ଓ ସବିତା ମଂଜରୀଙ୍କ ପୁତ୍ର ଅଟନ୍ତି । ସେ ଦିର୍ଘ ୧୭ ବର୍ଷ ହେବ ନାଉଗାଁ ଅଂଚଳରେ ସାମ୍ବାଦିକ ବୃତିରେ ରହି ଏବେ ପାରାଦ୍ୱିପରେ କାର୍ଯ୍ୟ କରୁଛନ୍ତି । ଏହା ସହ ଆର୍ନ୍ତଜାତିକ ମାନବାଧିକାର ପରିଷଦର ଜିଲ୍ଲା ସଂପାଦକ ଭାବେ ରହି ବିଭିନ୍ନ ଅସହାୟଙ୍କୁ ସାହାର୍ଯ୍ୟ କରିବା,ଦୁର୍ଘଟଣାଗସ୍ଥଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଁଚାଇବା ଓ ଅସହାୟଙ୍କୁ ନିଜ ପ୍ରଚେଷ୍ଟାରେ କମ୍ବଳ ଓ ବସ୍ତ୍ର ପ୍ରଦାନ କରିବା ଆଦି କାର୍ଯ୍ୟ କରି ସମ୍ମାନିତ ହୋଇଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ଆଡୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।


