ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଓଡ଼ିଆ ବିଭାଗର ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶେଷବର୍ଷର ପିଲାମାନଙ୍କର ଶେଷ ପ୍ରକଳ୍ପ ସେମିଷ୍ଟାର ପରୀକ୍ଷା କରାଯାଇଛି ଓ ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କୁ କଲେଜର ପରମ୍ପରାକ୍ରମେ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ । ସଭାରେ
କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ଅଧ୍ୟକ୍ଷତା କରି ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ର ଜୀବନର ଅଭ୍ୟାସ ଭବିଷ୍ୟତରେ ମଣିଷକୁ ଏକ ଅଲଗା ପ୍ରକାର ପ୍ରେରଣା
ଦେଇଥାଏ ବୋଲି ଅଧ୍ୟକ୍ଷ ତାଙ୍କ ଅଭିଭାଷଣରେ କହିଥିଲେ । ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୁବଗାଳ୍ପିକ ଓ କବି ବସନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ଛାତ୍ରଛାତ୍ରୀମାନେ କି ରି କବିତା ଓ ଗଳ୍ପ ଲିଖନରେ ପାରଦର୍ଶିତା ଅର୍ଜନ କରି ।ରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ଲେଖା ଦ୍ୱାରା ସମାଜର ଅନେକ କଥା ଆଗକୁ ଉଠିଆସୁ ବୋଲି ସେ ତାଙ୍କର ଭାଷଣରେ ବ୍ୟକ୍ତ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡଃ ରମେଶ ଚନ୍ଦ୍ର ବେହେରା ସଭାକୁ ପରି•ଳନା କରିବା ସହିତ ପିଲାମାନଙ୍କୁ ଶିକ୍ଷା ଓ ସମାଜରେ ପରିବର୍ତ୍ତନ ପାଇଁ ଲେଖନୀ •ଳନା କରିବାକୁ ପରାମର୍ଶ ଦେଇଥିଲେ । ଲେଖା ଦ୍ୱାରା ସମାଜରେ ଅନେକ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ବୋଲି ଆଶାପୋଷଣ କରିଥିଲେ । ଏହି ସଭାରେ ଅଧ୍ୟାପିକା ଡଃ ସ୍ୱର୍ଣ୍ଣ ୍ରଭା ଦାସ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢିବା ସହିତ ଭଲ କାମ କରିବା ପାଇଁ ପରାମର୍ଶ ଦେଇ ଆଗାମୀ ପରୀକ୍ଷାରେ ଭଲ କରିବାକୁ ଆହ୍ୱାନ ଓ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ସବୁ ଛାତ୍ରଛାତ୍ରୀଙ୍କ ସହିତ ଶେଷ ବର୍ଷର ସବୁ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରଥମେ ସଭାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ସୁନିତା, ସରୋଜିନୀ, ରୋଜି, ଦୀପା, ନିଶାରିକା, ଶୁଭାଙ୍ଗୀ ଓ ଛାତ୍ରମାନଙ୍କ ମଧ୍ୟରେ ମନୋଜ, କାମଦେବ, ଲକ୍ଷ୍ମଣ ପ୍ରମୁଖ ସହଯୋଗ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ