ଆସ୍ଥା ଭୋଟରେ ହାରିଲେ ସୁଲଣ ପଞ୍ଚାୟତର ସରପଞ୍ଚ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ସୁଲଣ ସରପଞ୍ଚ ଅଲିଭା ପଲେଇ ଆସ୍ଥା ଭୋଟରେ ହାରି ଯାଇଛନ୍ତି । ଆଜିର ଆସ୍ଥା ଭୋଟରେ ସରପଞ୍ଚ ଅନୁପସ୍ଥିତ ଥିବାବେଳେ ମୋଟ ୧୨ଜଣ ସଭ୍ୟସଭାଙ୍କ ମଧ୍ୟରୁ ଏହି ଅନାସ୍ଥା ଭୋଟବେଳେ ୧୧ଜଣ ଉପସ୍ଥିତ ôତବାବେଳେ ସମସ୍ତେ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ । ଜଣେ ୱାର୍ଡସଭ୍ୟ ବିଳମ୍ବରେ ପହଞ୍ଚିବାରୁ ମତଦାନ କରିପାରି ନଥିଲେ । ପଞ୍ଚାୟତ କାର୍ଯ୍ୟୟ ପରିସରରେ ନିର୍ବାଚନ ଅଧିକାରୀ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନଙ୍କ ଉପସ୍ଥିତିରେ ଏହି ଅନାସ୍ଥା ଭୋଟ ହୋଇଥିଲା । ଏଥିରେ ନାଏବ ସରପଞ୍ଚ ଅଶୋକ କୁମାର ଜେନା, କବିତା ପାଢ଼ୀ, ସାବିତ୍ରୀ ସେଠୀ, ପ୍ରଭାସିନି ଜେନା, କବିତା ବେହେରା, ଅଭିରାମ ରାଉତ, ଶ୍ରାବଣୀ ମଲ୍ଲିକ, ଗୋବିନ୍ଦ ଜେନା, ରବିନ୍ଦ୍ର ମାଝୀ, ହୃଦାନନ୍ଦ ନାଇକ, ଶୁଭଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥାଇ ମତଦାନ କରିଥିଲେ । ଆନନ୍ଦପୁର ଉପଜିଲ୍ଲାପାଳଙ୍କ ୬୯୦୭/ତା ୨୪/୧୨/୨୦୧୯ ନିର୍ଦ୍ଦେଶ ମତେ ପଞ୍ଚାୟତ କାର୍ଯ୍ୟାଳୟରେ ଦିନ ୧୧ଟାବେଳେ ଏହି ଭୋଟ ହୋଇଥିଲା । ହାଟଡିହି ବିଡିଓ ଏକଜୁକ୍ୟୁଟିଭ ମାଜିଷ୍ଟେଟ ଭାବେ ଉପସ୍ଥିତ ରହିଥିବାବେଳେ ହାଟଡିହି ବ୍ଲକର ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନବୀନ ନାୟକ ଓ ପଞ୍ଚାୟତର ପିଇଓ ନରହରି ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନନ୍ଦିପଦା ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । ଏହି ପଞ୍ଚାୟତରେ ୫୦ଲକ୍ଷରୁ ଉର୍ଦ୍ଧ ସରକାରୀ ଅନୁଦାନ ହରିଲୁଟ ଓ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ୧୨ଜଣ ୱାର୍ଡସଭ୍ୟସଭ୍ୟା ମାନଙ୍କ ମଧ୍ୟରୁ ୯ଜଣ ୱାଡସଭ୍ୟସଭ୍ୟା ସରପଞ୍ଚଙ୍କ ବିରୁଦ୍ଧରେ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ