ଭାରତ ବନ୍ଦରେ ସାମିଲ ହେଲା ମୋବାଇଲ ରିଟେଲର ଆସୋସିଏସନ୍
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)-କେନ୍ଦ୍ରୀୟ ଶ୍ରମିକ ସଂଗଂଠନ ପକ୍ଷରୁ ବୁଧବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ବ୍ରହ୍ମପୁର ମୋବାଇଲ ଓ ଇଲୋକ୍ଟୋନିକ୍ସ ରିଟେଲରର ଆସୋସିସନ୍ ପକ୍ଷରୁ ଏହି ବନ୍ଦକୁ ସମର୍ଥନ କରିବା ସହ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରିଥିଲେ । କର୍ମକର୍ତ୍ତା ମାନଙ୍କ କହିବାନୁଯାୟୀ କେନ୍ଦ୍ର ସରକାର ଆଣିଥିବା ଏଫ୍ଡିଆଇ ଓ ଇ କମର୍ସ ବ୍ୟବସାୟକୁ ବନ୍ଦ କରିବା ପାଇଁ ପ୍ରତିବାଦ କରିଥିଲେ ।ଏହି ଇ କମର୍ସ ମାଧ୍ୟମରେ ବେନିୟମ ବେପାରକୁ ବନ୍ଦ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ବୋର୍ଡ ଗଠନ କରିବା ନିମନ୍ତେ ଦାବୀ କରିଥିଲେ ।
,


