ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ରାଇରଂଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ରାଇରଂଗପୁର ଅନ୍ତର୍ଗତ ଧର୍ମଶାଳା ଠାରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୨୦ ବର୍ଷର ଦଳର କାର୍ଯ୍ୟକ୍ରମ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବା ସହ ଆସନ୍ତା ଫେବୃୟାରୀ ୬ ତାରିଖରେ ଗୁଣ୍ଡୁରିଆରେ ସହିଦ ଦିବସ ପ୍ରତିବର୍ଷ ଭଳି ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।ଏହି ସହିଦ୍ ଦିବସକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଅତିଥିଭାବରେ ରାଜ୍ୟ ସଭାପତି ମହେଶ ହେମରନ୍, ରାଜ୍ୟମହିଳା ନେତ୍ରୀ ଅଂଜନୀ ସୋରେନ, ରାମଚନ୍ଦ୍ର ମୁନି, କଳିଙ୍ଗ କେଶରୀ ଜେନା, ତଥା ପ୍ରତ୍ୟୈକ ବ୍ଲକର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।


