ଗଜପତିରେ ଅନୁଷ୍ଠିତ ହେବରାଷ୍ଟ୍ର ଜାଗରଣ ଯୁବ ସମାବେଶ-୨୦୨୦
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ରଷ୍ଟ୍ରୟ ସ୍ୱୟଂ ସେବକ ସଂଘ ତରଫରୁ ଭାରତର ସାଂପ୍ରତିକ ପରିସ୍ଥିତିରେ ଦେଶର ଯୁବ ସମାଜକୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ।ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ।ଏହି ବିଶାଳ ଯୁବ ସମାବେଶ ଆସନ୍ତା କାଲି ଆୟୋଜନ ହେବାକୁଯାଉଛି । ରଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଜପତି ଜିଲ୍ଲାର ପ୍ରଚେଷ୍ଟାରେ ଜିଲ୍ଲାର ପ୍ରାୟ ୭ଶହ ସ୍ୱୟଂସେବକ ଶୃଙ୍ଖଳିତ ଭାବରେ ନିୟୁଧ ତଥା କାରାଟି ପ୍ରଦର୍ଶନ ତଥା ରଷ୍ଟ୍ରହିତ ଆଧାରିତ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଏହା ସହିତ ଜିଲ୍ଲାର ମତପନ୍ଥ ନିର୍ବିଶେଷରେ ଅପରାହ୍ନ ୧ ଘଣ୍ଟା ପ୍ରାୟ ପାଞ୍ଚ ହଜାର ଜନସାଧାରଣ ସେମାନଙ୍କର ପାରମ୍ପରିକ ବ୍ୟବହୁତ ବାଦ୍ୟଯନ୍ତ୍ର ସହ ଯୋଗ ଦେଇ ନଗର ପରିକ୍ରମା କରିବେ । ଅପରାହ୍ନ ୨.୩୦ ରୁ ୪.୩୦ ସମୟ ମଧ୍ୟରେ ବୌଦ୍ଧିକ କାର୍ଯ୍ୟକ୍ରମ ଓ ଶାରୀରିକ ପ୍ରଦର୍ଶନ କରାଯିବ ବୋଲି ଗଜପତି ରଷ୍ଟ୍ର ସ୍ୱୟଂ ସେବକ ସଂଘ ତରଫରୁ ଅନାଦି ପାଣିଗ୍ରାହୀ, ହରିମୋହନ ପଟ୍ଟନାୟକ, ମହନ୍ତ ରାମାନନ୍ଦ ଦାସ ପ୍ରମୁଖ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ନିଯୁଧ ବିଷୟ ପ୍ରମୁଖ ତଥା ଦକ୍ଷିଣ କ୍ଷେତ୍ର ସନ୍ୟାସୀ (କେରଳ, ତାମିଲନାଡୁ)ର ଶାରୀରିକ ପ୍ରମୁଖ ମାନନୀୟ ଓ ଓ.କେ.ମୋହନ ଜୀ (କେରଳ), ସମ୍ମାନିତ ଅତିଥି ଭାବରେ ବୌଦ୍ଧ ସନ୍ୟାସି ମାନନୀୟ ଖେମ୍ପୁ ପେମା ଟେମ୍ପୋ (ଜିରାଙ୍ଗ ବୌଦ୍ଧ ବିହାର) ଏବଂ ମୁଖ୍ୟବକ୍ତା ଭାବେ ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, (ଓଡି଼ଶା, ପଶ୍ଚିମ, ବଙ୍ଗଳା, ଆଣ୍ଡାମାନ, ସିକିମ୍କୁ ନେଇ ଗଠିତ) ପୂର୍ବକ୍ଷେତ୍ରର କାର୍ଯ୍ୟବାହ, ଅବସର ପ୍ରାପ୍ତ ପ୍ରଫେସର ମାନନୀୟ ଗୋପାଳ ପ୍ରସାଦ ମହାପାତ୍ର, (ଭୁବନେଶ୍ୱ) ଉପସ୍ଥିତ ରହି ମାର୍ଗଦର୍ଶନ ଦେବା ନିଶ୍ଚିତ ହୋଇଛି ।


