କଳା ଘୋଡାଲେ ଆସିଲେ ମହିଳା ଠାରୁ ଝାମ୍ପିଲେ

ଦିଗପହଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ଦିଗପହଣ୍ଡି ବ୍ଳକ୍ ଏସ୍ ଟିକରପଡା ଗ୍ରାମର ଜଣେ ସ୍ୱଂୟ ସହାୟିକା ମହିଳା ଠାରୁ ଦିନ ଦ୍ୱିପହରରେ ଭାନିଟି ବ୍ୟାଗ୍ ଲୁଟ କରିନେଇଛନ୍ତି ଦୁବୁୁର୍ତ୍ତ । ଲୁଟ୍ ସମୟରେ ଦୁବୁର୍ତ୍ତ ମାନଙ୍କ ଆକ୍ରମଣରେ ମହିଳାଙ୍କ ମୁହଁ ରକ୍ତାତ ହୋଇଛି ।ମିଳିଥିବା ଖବର ଅନୁଯାୟୀ ଗୁରୁବାର ସକାଳ ସମୟରେ ମହିଳା ଜଣକ ବ୍ୟାଙ୍କ ଠାରୁ ଟଙ୍କା ଉଠାଣ କରି ନିଜର ଗାଡିରେ ଘରକୁ ଫେରୁଥିବା ସମୟରେ ୨ ଜଣ ଦୁର୍ବୁତ୍ତ କଳା ପଲସରରେ ଆସି ମହିଳାଙ୍କୁ ଆକ୍ରମଣ କରିବା ସହ ଲୁଟିନେଇଥô୍ବା ବ୍ୟାଗରେ ୩୫ ହଜାର ଟଙ୍କା ରହିଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି ।ମହିଳା ଜଣକ ମୁହଁ ରକ୍ତାତ ଅବସ୍ତାରେ ପଡିରହିଥିବା ବେଳେ ବିପରୀତ ଦିଗରୁ ବିଡିଓ ହଳଧର ଆସୁଥିବା ସମୟରେ ଘଟଣା ସ୍ଥଳରେ ଅଟକି ମହିଳାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ