ଭତ୍ତା ଖାଉଛି କିଏ !

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଭିନ୍ନକ୍ଷମ ବ୍ୟକ୍ତିଙ୍କ ନାମରେ ମଞ୍ଜୁର ହୋଇଥିବା ଭତ୍ତା ୫ମାସ ପରେବି ତାଙ୍କୁ ପ୍ରଦାନ କରାଯାଇନଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଂଚାୟତର କାଙ୍ଗାଳି ମଳିକଙ୍କ ଶତକଡା ୯୦ ପ୍ରତିଶତ ଭିନ୍ନକ୍ଷମ ପୁଅ ପ୍ରଭାକର ମଳିକଙ୍କ ନାମରେ ଗତ ଅଗଷ୍ଟମାସ ୬ ତାରିଖରେ ଉପଜିଲ୍ଲାପାଳ ଏକ ଭିନ୍ନକ୍ଷମ ଭତ୍ତା ନିର୍ଦେଶ ନମ୍ବର ୨୧୨୭ରେ ମଞ୍ଜୁର କରିଥିଲେ । କିନ୍ତୁ ଅଦ୍ୟାବଧି ପ୍ରଭାକରଙ୍କୁ ସେହି ମଞ୍ଜୁର ହୋଇଥିବା ଭିନ୍ନକ୍ଷମ ଭତ୍ତା ସଂପୃକ୍ତ ପଂଚାୟତର ନିର୍ବାହୀ ଅଧିକାରୀ ପ୍ରଦାନ କରିନଥିବାର ଅଭିଯୋଗ ହୋଇଛି । ଦୀର୍ଘ ୫ବର୍ଷରୁ ଉର୍ଦ୍ଧ୍ୱ ସେହି ପଂଚାୟତରେ ରହିଥିବା ପଂଚାୟତ ନିର୍ବାହୀ ଅଧିକାରୀ ମାନସ ମଲ୍ଲିକଙ୍କ ବେପରୁଆ ମନୋଭାବ ଏବଂ ନିଜ ଦାୟିତ୍ୱକୁ ସଠିକ ଭାବରେ ନିର୍ବାହ ନକରିବା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ସେହି ଅଧିକାରୀଙ୍କ ପ୍ରତି କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଦେଖିବାକୁ ଜନସାଧାରଣ ଅପେକ୍ଷା କରି ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ