ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକଜିଲ୍ଲା ବ୍ୟାପୀ ଶୋକ, ଗଜପତି ଉତ୍ସବ ବାତିଲ
ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡିର ମହାରାଜା ଗୋପୀନାଥ ଗଜପତିଙ୍କ ଆଜି ଭୋର ୪.୧୯ମିନିଟ ସମୟରେ ପରଲୋକ ହୋଇଯାଇଛି । ସେ ୪ବର୍ଷ ଉର୍ଦ୍ଧ୍ୱ ହେଲା ଶାରୀରିକ ଅସୁସ୍ଥା ଯୋଗୁଁ ପ୍ରଥମେ ଚେନ୍ନାଇର ଆପୋଲ ଡାକ୍ତରଖାନା ଏବଂ ପରେ ଭୁବନେଶ୍ୱର ଆପଲୋ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ହେଲା ତାଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ଥିଲା ଏବଂ ଡାକ୍ତରଖାନା ତରଫରୁ ତାଙ୍କୁ ବଞ୍ଚାଇବା ପାଇଁ ବ୍ୟାପକ ଉଦ୍ୟମ ଜାରି ରହିଥିଲା । ହେଲେ ଆଜି ଭୋର ୪.୧୯ ସମୟରେ ତାଙ୍କ ଭୁବନେଶ୍ୱରର ଆପଲୋ ଡାକ୍ତରଖାନା ଆଇସିୟୁରେ ପରଲୋକ ଘଟିଥିଲେ । ଏହି ଖବର ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ଆଜି ଭୋର ସକାଳ ସମୟରୁ ପହଞ୍ଚିଥିଲା । ଜିଲ୍ଲା ବ୍ୟାପୀ ସବୁ ସ୍ତରର ଲୋକ ପ୍ରଗାଢ ଶୋକ ପ୍ରକାଶ କରିବା ସହ ଗୋପୀନାଥ ଗଜପତିଙ୍କ ବିୟୋଗରେ ଭାବ ବିହୋଳ ହୋଇପଡିଛନ୍ତି । ସକାଳୁ ସକାଳୁ ଚାରି ଆଡେ ଗଜପତିଙ୍କ ବିୟୋଗ ନେଇ ଶୋକ କରାଯାଉଥିବା ବେଳେ ଦୋକାନ ବଜାର ଆଦି ବନ୍ଦ ରହିଛି । ପାରଳା ମହାରାଜାଙ୍କ ବିୟୋଗ ଯୋଗୁଁ ଗଜପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷକତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳା ବିଧାୟକ କେ.ନାରାୟଣ ରାଓ, ଜିଲ୍ଲା ଏସପି ସାରା ଶର୍ମାଙ୍କ ସମେତ ଜିଲ୍ଲାଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମସ୍ତ ସାମ୍ବାଦିକ ଏଥିରେ ଯୋଗ ଦେଇ ଶୋକ ପ୍ରକାଶ କରିଥିଲେ । ଆଜି ଠାରୁ ପାଳନ ହେବାକୁ ଥିବା ଗଜପତି ଉତ୍ସବକୁ ବାତିଲ କରାଯାଇଥିବା ଏହି ଶୋକସଭା ପରେ ଜିଲ୍ଲାପାଳ ଅନୁପମ ସାହା ଘୋଷଣା କରିଥିଲେ । ତାଙ୍କ ମର ଶରୀରକୁ ପାରଳାଖେମୁଣ୍ଡି ଅଣାଯାଉଛି । ଗଜପତି ବଂଶୀୟ ରାଜ ମର୍ଯଦା ଓ ରୀତିନୀତି ଦ୍ୱାରା ଅନ୍ତିମ ସଂସ୍କାର କରାଯିବ । ତାଙ୍କ ମର ଶରୀର ସହ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ବରଷ୍ଠି ବିଜେଡି ନେତା ମାରୁତ ପାଳଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି ପାରଳାଖେମୁଣ୍ଡି ଆସୁଥିବା ସୂଚନା ମିଳୁଛି । ମହାରାଜାଙ୍କ କନ୍ୟା ଯୁବରାଣୀ କଲ୍ୟାଣୀ ଦେବୀ ଗଜପତିଙ୍କ ଶବ ବୋହି ଆସୁଥିବା ଆମ୍ବୁଲେନ୍ସରେ ଆସୁଥିବା ଜଣାଯାଇଛି । ପାରଳାଖେମୁଣ୍ଡି ଠାରେ ଷ୍ଟେଟ ଅର୍ନର ଦେଇ ସଂସ୍କାର କରାଯିବା ଗଜପତି ଏସପି ସାରା ଶର୍ମା କହିଛନ୍ତି । ଗଜପତି ଜିଲ୍ଲା ପୋଡିଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଏବଂ ରାୟଗଡା ଜିଲ୍ଲାରେ ମହାରାଜାଙ୍କ ପରଲୋକ ଖବର ଜାଣିବା ପରେ ଶହ ଶହ ବ୍ୟକ୍ତି ପାରଳାଖେମୁଣ୍ଡି ପହଚଂ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ।