ଜଗାକୁ ଚାହିଁଲା ଗରୁଡ ପକ୍ଷୀ ,ଗ୍ରାମରେ ଆଧାତ୍ମିକ ପରିବେଶ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଜଗନ୍ନାଥ ମନ୍ଦିର ରୋଷେଇ ଗୃହରେ ଏକ ଛୋଟ ଗରୁଡ ପକ୍ଷୀ ଉଡିଆସି କିଛି ସମୟ ପାଇଁ ଜଗନ୍ନାଥ ଦାରୁ ବ୍ରହ୍ମକୁ ଚାହିଁ ରହିଥିବାରୁ ଗ୍ରାମରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଛତ୍ରପୁର ବ୍ଳକ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମପଂଚାୟତ କରାତଳି ଗ୍ରାମରେ କେଉଁ ଘଣ୍ଟା ପାଇଁ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗ୍ରାମର ଜଣେ ବ୍ୟକ୍ତି ଗରୁଡ ପକ୍ଷୀକୁ ଦେଖି ଗ୍ରାମର ବୈୟୋଜେଷ୍ଠ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ଗରୁଡ ପକ୍ଷୀଟି ଅସୁସ୍ଥ ଥିବା ଗ୍ରାମବାସୀ ମାନେ ଅନୁମାନ କରିଥିବା ବେଳେ ରୋଷେଇ ଘରକୁ ଆଣି ପୂଜାର୍ଚ୍ଚନା କରିବା ସହ ଗ୍ରାମରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ଗ୍ରାମପଂଚାୟତର ସରପଞ୍ଚ ଟି ନରସିଂହ ରେଡ୍ଡି ବନ ବିଭାଗ ଅଧିକାରୀଙ୍କୁ ଡାକି ଗରୁଡ ପକ୍ଷୀକୁ ହସ୍ତାନ୍ତର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ