ଭାଉଜକୁ ଟଣା ଓଟଣା ଘଟଣା : ଦିଅର ଗିରଫ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ଥାନା ଅନ୍ତର୍ଗତ କରଚୁୁଲି ଗ୍ରାମରେ ଗତ ୯ ତାରିଖ ଦିନ ଭାଉଜକୁ ଟଣା ଓଟରା ଘଟଣାରେ ପୋଲିସ ଦିଅର ସନ୍ତୋଷ ନାଇକକୁ ଗିରଫ କରିଛି ।ମିଳିଥିବା ସୂଚନା ଅନୁଯାୟୀ ଗତ ୯ ତାରିଖ ଦିନ କୈାଣସି ଘଟଣାକୁ କେନ୍ଦ୍ରକରି ଭାଉଜ ଓ ଦିଅର ମଧ୍ୟରେ ବଚସା ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ଦିଅର ସନ୍ତୋଷ ଭାଉଜକୁ ମାଡ ମାରିବା ସହ ଟଣା ଓଟରା କରିଥିବା ବେଳେ ଭାଉଜ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେ ପୋଲିସର ତରଫରୁ ତଦନ୍ତ କରି ଶନିବାର ଦିଅର ସନ୍ତୋଷ ନାଇକକୁ ଗିରଫ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ