ଗ୍ରୀସ ସମୁଦ୍ରରେ ବୁଡିଗଲା ଡଙ୍ଗା ୧୨ ମୃତ ୧୮ ନିଖୋଜ

ଏଥେନ୍ସ: ଗ୍ରୀସରେ ଶରଣାର୍ଥୀଙ୍କୁ ମାନଙ୍କୁ ନେଇଯାଉଥିବା ଡଙ୍ଗା ସମୁଦ୍ରରେ ବୁଡ଼ିଯିବା ଫଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ୧୮ ଜଣ ନିଖୋଜ ରହିଛନ୍ତି । ଉଦ୍ଧାର କ।ର୍ଯ୍ୟ ଜାରି ରହିଛି ବୋଲି ଗ୍ରୀସ୍ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ।ତଟରକ୍ଷୀ ବାହିନୀ ମୁଖପାତ୍ର ନିକୋଲାସ ଲାଗ୍ଡିୟନୋସଙ୍କ ସୂଚନା ଅନୁସାରେ, ଡଙ୍ଗାଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା । ପାଣିପାଗ ଠିକ୍ ରହିଥିଲା। କିନ୍ତୁ ଡଙ୍ଗା ବୁଡ଼ିବାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ଡଙ୍ଗା ବୁଡ଼ିବା ପରେ କିଛି ଶରଣାର୍ଥୀ ଜରୁରିକାଳୀନ ସେବା ପାଇଁ ଫୋନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ