ଆସନ୍ତା ୧୯ ତାରିଖରେ ନୂଆ ଇନିସଂ ଆରମ୍ଭ କରିବେ ଜେ ପି ନଡ୍ଡା

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଜେ ପି ନଡ୍ଡା ଚଳିତ ମାସ ୧୯ ତାରିଖରେ ବିଧିବଦ୍ଧଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡିଛି । ବର୍ତ୍ତମାନ ସେ ବିଜେପିର କ।ର୍ଯ୍ୟକ।ରୀ ଅଧ୍ୟକ୍ଷ ଅଛନ୍ତି । ସେ ପ୍ରଥମ ଥର ପାଇଁ ୧୯୮୩ ମସିହାରେ ହିମାଚଳ ପ୍ରଦେଶର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ରାଜ୍ୟ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ତାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଭାବେ ବି କାର‌୍ୟ୍ୟ କରିଥିଲେ । ସୂଚନାଯୋଗ୍ୟ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର‌୍ୟ୍ୟକାଳ ଗତ ବର୍ଷ ଜାନୁଆରି ମାସରେ ଶେଷ ହୋଇଯାଇଥିଲା, କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ଶାହାଙ୍କୁ ପଦରେ ରହିବା ପାଇଁ କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ