ଦୁଇ ଫିଲ୍ମ ମଧ୍ୟରେ ମହାଲଢେଇ, ଆଗରେ ତାନାଜୀ
ମୁମ୍ବାଇ : ୨୦୨୦ ବର୍ଷ ଆରମ୍ଭରୁ ବଲିଉଡ୍ ବକ୍ସ ଅଫିସ୍ରେ ଦୁଇ ଫିଲ୍ମ ମଧ୍ୟରେ ମହାଲଢେଇ ଆରମ୍ଭ ହୋଇଯାଇଛି। ବର୍ଷ ଆରମ୍ଭରୁ ତାନାଜୀ ଏବଂ ଛପାକ୍ ରିଲିଜ୍ ହୋଇଛି । ଚଳିତ ଶୁକ୍ରବାର ଅଜୟ ଦେବଗନ ଅଭିନୀତ ତାନାଜୀ ଏବଂ ଦୀପିକା ପାଦୁକୋନ୍ ଅଭିନୀତ ଛପାକ୍କୁ ଦର୍ଶକଙ୍କୁ ଭଲ ରେସ୍ପନ୍ସ ମିଳିଛି । ରିଲିଜ୍ର ପ୍ରଥମ ଦିନରେ ତାନାଜୀ ୧୫.୧୦ କୋଟି ଆୟ କରିଥିବା ବେଳେ ଛପାକ୍ ୪.୭୭ କୋଟି ଆୟ କରିଛି । ଦ୍ବିତୀୟ ଦିବସରେ ତାନାଜୀ ୨୦.୫୭ କୋଟି ଆୟ କରିଥିବାବେଳେ ଛପାକ୍ ୬.୯୦ କୋଟି ଆୟ କରିଛି । ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଅଜୟ ଦେବଗନ୍ଙ୍କ ୧୦୦ ତମ ଫିଲ୍ମ ତାନାଜୀ ଛପାକ୍ ତୁଳନାରେ ୫୦୦ ଅଧିକ ସ୍କ୍ରିନ୍ରେ ରିଲିଜ୍ ହୋଇଛି । ଉଭୟ ଫିଲ୍ମକୁ ଦର୍ଶକ ଏବଂ ସମୀକ୍ଷକଙ୍କ ପକ୍ଷରୁ ପସନ୍ଦ କରାଯାଇଛି ।


