ସଡକ ସୁରକ୍ଷା ଆନ୍ତଃ ମହା ବିଦ୍ୟାଳୟ ଆଲୋଚନା ଚକ୍ର

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌):  କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ କ୍ରସ୍ ଏବଂ ଭଞ୍ଜନଗର ଆଞ୍ଚଳିକ ପରିବହନ ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ଆନ୍ତଃ ମହା ବିଦ୍ୟାଳୟ ଆଲୋଚନା ଚକ୍ର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୂ ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବର୍ତ୍ତିତ ସଡକ ସୁରକ୍ଷା ନିୟମ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ l ସମ୍ମାନିତ ଅତିଥିଭାବେ ପୂର୍ବତନ ଅଧ୍ୟକ୍ଷ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଆଞ୍ଚଳିକ ପରିବହନ ପ୍ରାଧିକରଣର ଯଶୋବନ୍ତ ଚୀନ୍ନରା ଯୋଗ ଦେଇ ସଡକ ସୁରକ୍ଷାର ନିୟମ ଗୁଡିକ ବୁଝାଇଥିଲେ l ଅଧ୍ୟକ୍ଷ ସୂର୍ଯ୍ୟ କାନ୍ତ ମହାନ୍ତି ଅଧ୍ୟକ୍ଷତା କରି ଅନୁଷ୍ଠାନରେ ନିୟମ ଗୁଡିକ କଡାକଡି ପାଳନ ହେଉଥିବା କଥା କହିଥିଲେ l ଯୁବ ରେଡ କ୍ରସ୍ ଜିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ନାତକ ମହାବିଦ୍ୟାଳୟ ଉପଦେଷ୍ଟା ଡ. ସଞ୍ଜୀବ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଆଳତିଆ ,ବିବେକାନନ୍ଦ କର, ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର, ସନ୍ତୋଷ ପରିଛା,ବିଜୟ ଲକ୍ଷ୍ମୀ ପାଢୀ, ଭାରତୀ ବିଶ୍ଵାଳ ସହଯୋଗ କରିଥିଲେ l ରୋଭର ଲିଡର ସୁଶାନ୍ତ କୁମାର ଲେଙ୍କା ଶୃଙ୍ଖଳା ରକ୍ଷାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ