ସାଇବର ଠକେଇର ଶୀକାର ହେଲେ ଚାଷୀ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ତୁମେ ୭ଲକ୍ଷ ଟଙ୍କା ଓ ଏକ କାର ଜିଣିଛ ତୁମେ ତୁରନ୍ତ ଲକ୍ଷେ ୨୦ହଜାର ଟଙ୍କା ଜମାକର ବୋଲି ପ୍ରଲୋଭନର ଶୀକାର ହୋଇ ଜଣେ ବ୍ୟକ୍ତି ୧ଲକ୍ଷ ୫୯ହଜାର ଟଙ୍କା ଠକେଇର ଶୀକାର ହୋଇଛନ୍ତି । ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ଜଣେ ବ୍ୟକ୍ତି ଗାଁ ଗାଁ ବୁଲି ପରିବା ବିକ୍ରୀ କରି ଚଳୁଥିବାବେଳେ ବହୁ କଷ୍ଟରେ କିଛି ଅର୍ଥ ସଞ୍ଚୟ କରିଥିଲେ ।  ତାଙ୍କ ପୁଅ କଲେଜରେ ପାଠ ପଢ଼ିଥିବାବେଳେ ସେ ମୋବାଇଲରେ ଏକ ମ୍ୟାସେଜ ପାଇଥିଲେ ଯେ ତୁମେ ୨ଲକ୍ଷ  ଡିପୋଜିଟ କଲେ ତୁମକୁ ଅତିଶିଘ୍ର ୭ଲକ୍ଷ ଟଙ୍କା ସହିତ ଏକ କାର ମିଳିବ ବୋଲି ପ୍ରତିଶୃତି ଦେଇ ପୁଅ ପାଖରୁ  ଏକାଉଣ୍ଟ ନମ୍ବର ଓ ଓଟିପି ନମ୍ବର ମାଗିନେଇ ତିନୋଟି ପର୍ଯ୍ୟାୟରେ ଏକ ଲକ୍ଷ ୫୯ହଜାର ଉଠାଇ ନେଇଛନ୍ତି । ଏନେଇ ତାଙ୍କ ପରିବାର ଲୋକ ଆଜି ଜାଣିବାପରେ ସେମାନେ ଏପରି ଠକାମିର ଶୀକାର ହୋଇଥିବା ଜାଣି ଅଥୟ ହୋଇପଡିବା ସହ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ