ଟିକରା ନାଏକ ହତ୍ୟା ଘଟଣା : ୨ ଅଭିଯୁକ୍ତ ଗିରଫ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବଡ ମଣଦା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଘଟଣାରେ ପୋଲିସ ସୋମବାର ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଦୁଇ ଜଣ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ପରିଚୟ ବଡମଣଦା ଗ୍ରାମର ପାଣ୍ଡୁ ନାଏକ (୨୪) , ବିକାଶ ସେଠୀ (୨୫) ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ରବିବାର ସକାଳେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଟିକିରା ନାଏକଙ୍କ ମୃତ ଦେହ ଗ୍ରାମବାସୀ ଦେଖି ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ସଂନ୍ଧାନୀ କୁକୁର ସମେତ ତନ୍ନ ତନ୍ନ କରି ଯାଞ୍ଚ କରିଥିବା ବେଳେ ଘଟଣା ମୃତ ଦେହ ନିକଟରୁ ପୋଲିସ କିଛି ସେଓ ଓ ମଦ ବୋତଲ ପଡିଥିବାର ଦେଖିଥିବାରୁ ପୋଲିସ ସମସ୍ତ ଦିଗରୁ ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ରାମବାସୀ ମଧ୍ୟ ପୋଲିସକୁ ଅତିିଶିଘ୍ର ଗିରଫ କରିବ ବୋଲି ଆଶା ରଖିଥିବା ବେଳେ ପୋଲିସ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ।