କିୟାରାଙ୍କ ପ୍ରେମରେ ସିଦ୍ଧାର୍ଥ ଦିଓ୍ବାନା
ମୁମ୍ବାଇ : ସମ୍ପ୍ରତି ବଲିଉଡ୍ ଜଗତରେ ଅଭିନେତା ସିଦ୍ଧାର୍ଥ ଓ କିୟାରାଙ୍କ ପ୍ରେମ ହଇଚଇ ସୃଷ୍ଟି କରିଛି। ସିଦ୍ଧାର୍ଥଙ୍କ ନାମ ସହ ପ୍ରଥମେ ଆଲିଆ ଭଟ୍ଟ, ତାରା ସୁତାରିଆଙ୍କ ନାମକୁ ଯୋଡି ଦିଆଯାଇଥିବା ବେଳେ ଏବେ କିନ୍ତୁ ସିଦ୍ଧାର୍ଥ କିୟାରାଙ୍କ ପ୍ରେମରେ ପାଗଳ ହୋଇଥିବା କୁହାଯାଉଛି। ସମ୍ପ୍ରତି ଉଭୟ ସିଙ୍ଗଲ୍ ଥିବା କହୁଛନ୍ତି। ଏପଟେ କିନ୍ତୁ ଶୁଣିବାକୁ ମିଳିଛି କି ସିଦ୍ଧାର୍ଥ ତାଙ୍କ ମନ କଥା କିୟାରାଙ୍କୁ କହି ସାରିଛନ୍ତି। ଆଉ ଏକଥା ଉଭୟଙ୍କ ପରିବାର ପର୍ଯ୍ୟନ୍ତ ପହଞ୍ଚିସାରିଲାଣି।


