ବାଇକରେ ସଡକ ସୁରକ୍ଷା ସଚେତନତା ରାଲି

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ପୋଲିସ ତରଫରୁ ୨୦୨୦ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନ ଅବସରରେ ପ୍ରଥମ ଦିନରୁ ମୋଟର ଯାନ ନିୟମକୁ ମାନି ଗାଡି ଚଳାଉଥିବା ଗାଡି ଚାଳକ ମାନଙ୍କୁ ବ୍ରହ୍ମପୁର ଟ୍ରାଫିକ ପୋଲିସ ତରଫରୁ ଗୋଲାପ ଫୁଲ ଦେଇ ସଚେତନତା କରାଯାଇଥିବା ବେଳେ ମଙ୍ଗଳବାର ସଡକ ସୁରକ୍ଷା ସଚେତନତା ର ଚତୁର୍ଥ ଦିନରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ତରଫରୁ ବାଇକ ରାଲିରେ ବାହାରି ସଡକ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି ବାଇକ ରାଲି ମାଧ୍ୟମରେ ସଡକ ସୁରକ୍ଷା ସଚେତନତା ରାଲିକୁ ପ୍ରଭାତ ଚନ୍ଦ୍ର ରାଉତରାୟ ନୀଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ବାଇକ ରାଲି ମାଧ୍ୟମରେ ସଚେତନତା କରିଥିବା ବେଳେ ୨୦୧୯ ମୋଟର ଯାନ ଆଇନ ଲାଗୁ ହେବା ପରେ ଗାଡି ଚାଳକ ମାନେ ନିୟମକୁ ପାଳନ କରୁଥିବାରୁ ସଡକ ଦୂର୍ଘଟଣା ହ୍ରାସ ପାଇଛି ବୋଲି ମତ ପ୍ରକାଶ କରିଥିଲେ ।ଏଥିସହ ଟ୍ରାଫିକ ନିୟମକୁ ପାଳନ କରିବା ନିମନ୍ତେ ବାଇକ ରାଲି ମାଧ୍ୟମରେ ସଚେତନତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ