ଈଚିଣ୍ଡା ଟୁସୁମେଳା ଧୁମଧାମରେ ପାଳିତ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମକର ପର୍ବ ପାଇଁ ମୟୁରଭଞ୍ଜ ସହର ଚଳଚଂଚଳ । ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ପୌରାଞ୍ଚଳର ଇଚିଣ୍ଡା ଗ୍ରାମର ଟୁସୁମେଳା କମିଟି ତରଫରୁ ବୁଧବାର ଦିନ ବିରାଟ ଟୁସୁମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଗାଁ ଗଣ୍ଡାରେ ଥିବା ଟୁସୁମେଳା କମିଟି ତରଫରୁ ଛୋଟବଡ ଟୁସୁ ମେଢ଼ ପ୍ରଦର୍ଶିତ ହୋଇଥିଲା । ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି, ଆଲୋକସଜ୍ଜା, ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଭିଡ ଜମାଇଥିଲେ ।ମେଢ଼ କମିଟି ବାଲା ମାଦଳବଜାଇ ନୃତ୍ୟର ତାଳେ ତାଳେ ନୃତ୍ୟ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।ପରେ ଈଚିଣ୍ଡା ଟୁସୁ କମିଟି ତରଫରୁ ଆକର୍ଷଣୀୟ ମେଢ଼, ଆଲୋକସଜ୍ଜା, ଏବଂ ନୃତ୍ୟ ପାଇଁ ମେଢ଼ ମଧ୍ୟରେ ବିଜାତଳା ବ୍ଲକରଗଳମୁଣ୍ଡା-ପ୍ରଥମ,କଣ୍ଟାବଣି-୨ୟ ଏବଂ ଈଚିଣ୍ଡା ଟୁସୁ ୩ୟ ଚୟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଗୌରୀଶଙ୍କର ସାରିବା,ଅନ୍ୟତ୍ତମ ଅତିଥି ରତନ ସିଂ, ହେମେନ୍ଦ୍ର ବେହେରା, କହ୍ନେଇ ବେହେରା ପ୍ରମୁଖ ଦେଇଥିଲେ । ସଂସ୍କୃତି ଆମ ସମସ୍ତଙ୍କୁ ଏକାଠି କରିଥାଏ ଓ ଭାଇଚାରାର ସଂପର୍କ ବଢାଇଥାଏ ।ପରେ ଅତିଥି ଗଣ ଟୁସୁ ବିଜେତାଙ୍କୁ ପୁରସ୍କୃତ କରିଥିଲେ ।ଏହି କାର୍ୟ୍ୟକ୍ରମକୁ ଅନୁଷ୍ଠାନର ସଭାପତି ବୁଲୁ ବେହେରା, ସଂପାଦକ ରଣଜିତ ବେହେରା,ନକଣ୍ଠ ବେହେରା, ଅମୂଲ୍ୟ ବେହେରା,କନ୍ଦରୂ ବେହେରା,ପାପଲୁ ବେହେରା, ଗଣେଶ୍ୱର ବେହେରା,ଛୁଟୁ ମହାନ୍ତ,ବାହନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।