ମହାବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଲକ ଅନ୍ତର୍ଗତ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା କନିଷ୍ଠ ମହାବିଦ୍ୟାଳୟରେ ଏନଏସଏସ ଓ ୱାଇଆରସି ମିଳିତ ଆନୁକୁଲ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ସଚେତନନାଭତିକ ପଦଯାତ୍ରା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତଛାତ୍ରୀ,ଅଧ୍ୟାପକ ଓ ଅଧ୍ୟାପିକାମାନେ ସାମିଲ ହୋଇଥିଲେ । ଏହି ପଦଯାତ୍ରା ମହାବିଦ୍ୟାଳୟରୁ ବାହାରି ଗଂଗଦାହାଟ, ଡେରିକିସ୍ଥିତ ବ୍ୟାଙ୍କ, ଡେରିକି ମେଡିକାଲ ଆଦି ସ୍ଥାନ ପରିକ୍ରମା କରିଥିଲା । ଏଥିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହାତରେ ପ୍ଲାକାର୍ଡ ଧରି ଦୁର୍ତ ଗତିରେ ଗାଡି ନ ଚଳାଇବା, ହେଲମେଟ ପିନ୍ଧି ଗାଡି ଚଳାଇବା, ନିଶା ସେବନ କରି ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲି ବ୍ୟବହାର ନକରିବା ଆଦି ସଂର୍ପକରେ ସ୍ଲୋଗାନ ଦେଇ ସଚେତନତା କରାଯାଇଥିଲା । ଉକ୍ତ ପଦଯାତ୍ରାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କା ଉଦଘାଟନ କରିଥିବା ବେଳେ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରତାପ କୁମାର ମିଶ୍ର ଓ ୱାଇଆରସି ସଂଯୋଜକ ଅଧ୍ୟାପକ ଧିରେନ କୁମାର ପତି ପରିଚାଳନା କରୁଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡଃ.ନିରଂଜନ ବିଶ୍ୱାଳ, ହରିପ୍ରସାଦ ପତି, ସନ୍ତୋଷ କୁମାର ଆଚାର୍ଯ୍ୟ, କ୍ରିଡା ଶିକ୍ଷକ ଏସ.କେ ବର୍କତୁଲା,ଦୁର୍ଯୋଧନ ଜେନା, ଅଧ୍ୟାପିକା ଅନୁସୟା ଲେଙ୍କା, ଲିପ୍ସାରାଣୀ ଦାଶ, ସୁଭାସିନୀ ଦାସ, ଆଲୋକ କୁମାର ସାହୁ, ରିତେଶ ନାୟକ ଆଦି ପରିଚାଳାନରେ ସହଯୋଗ କରିଥିଲେ ।