ବିଣାପାଣୀ କଳାନିକେତନର ନୃତ୍ୟ ପରିବେଷଣ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ବଞ୍ଚୋ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବରେ ବିଣାପାଣୀ କଳାନିକେତନ ଘସିପୁରା ପକ୍ଷରୁ କରାଯାଇଥିବା ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା । ବିଣାପାଣି କଳାନିକେତନର ନୃତ୍ୟଗୁରୁ ଜିତୁ ଦାଶଙ୍କ ନିର୍ଦ୍ଦେଶନାରେ ପ୍ରଥମେ ଜଗନ୍ନାଥ ବିଜେ ଓ ପରେପରେ “ମୋ ଗାଁ’ନୃତ୍ୟାଭିନୟ ଅତି ଚମତ୍କାର ପରିବେଷଣ କରି ଦର୍ଶକଙ୍କ ମନ କିଣିଥିଲେ । ଏହି ନୃତ୍ୟାଭିନୟରେ ଇତିଶ୍ରୀ ଓଝା, ନିନୁ ମହାନ୍ତି, ଶ୍ରଦ୍ଧାଞ୍ଜଳୀ ପଣ୍ଡା, ଆରତ୍ରୀକା ଦେହୁରୀ, ସୁଇଟ ଦାସ, ମଧୁମାଳତୀ ସାହୁ, ବିନୋଦ ଓଝାଙ୍କ ନୃତ୍ୟ ପ୍ରଦର୍ଶନ ଅତି ଉଚ୍ଚକୋଟ୍ଟୀର ହୋଇଥିଲା । ଏହି ଅବସରରେ ରାଜ୍ୟ ମହିଳା କମିସନ ସଦସ୍ୟା ଆରତୀ ସିଂ, ମନ୍ଦିର ପରିଚାଳନା କମିଟି ସଭାପତି ପ୍ରାଣବଲ୍ଲବ ପାଢ଼ୀ, ଅଶୋକ ପୁହାଣ, ସୁଧାଶୁଂ ରାଉତ ପ୍ରମୁଖ ନୃତ୍ୟଗୁରୁ ଜିତୁ ଦାଶଓ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ