କୁକୁଡା ଖେଳରୁ ଯୁବକ ଗୁରୁତର
ରାଇରଙ୍ଗପୁର,(ଯୁଗାବ୍ଦ ନ୍ରୁ୍ୟଜ୍): ମକର ପର୍ବ ଏବଂ ଟୁସୁମେଳାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ଚଳ ଚଂଚଳ ଏବଂ ଉଠୁଛି ପଡୁଛି ।ମା’ଟୁସୁ ଦେବୀଙ୍କ ପୂଜାର୍ଚ୍ଚନା ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଟୁସୁମେଳା ପ୍ରତିଯୋଗୀତା ସହ ଆୟୋଜନ କରାଯାଇଛି ।ଆଜି ରାଇରଙ୍ଗପୁର ବ୍ଲକର ବଡ଼ଗାଁ ଟୁସୁମେଳା ଅନୁଷ୍ଠିତ ହୋଇଥିଲା । କିଛି ଦୂରରେ କୁକୁଡ଼ା ପଡାରେ କୁକୁଡ଼ା ଲଢେ଼ଇ ଚାଲିଥିଲା । ହଠାତ୍ କାତିବନ୍ଧା ଲଢେଇ କୁକୁଡ଼ା ଟି ଉଡି କି ଖସି ପଳାଉଥିବା ବେଳେ କାତିକାର ଗଡ଼ିଗାଁର ବିଜୟ ସର୍ଦାର (୨୫) ବେକରେ କାତି ବାଜି ଯାଇଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକକୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା ।ପ୍ରକାଶ ଥାଉକି କୋର୍ଟ କୁକୁଡ଼ା ଲଢେ଼ଇକୁ ନିଷିଦ୍ଧ କରିଥିବା ବେଳେ ମୟୂରଭଞ୍ଜରେ ଏହା ବ୍ୟତିକ୍ରମ । କୁକୁଡ଼ା ଲଢେ଼ଇ ସମୟରେ ଜୁଆଖେଳ ମଧ୍ୟ ଚାଲିଛି ।କୁକୁଡା ଲଢେଇକୁ ପୋଲିସର ଅଙ୍କୁଶ ନାହିଁ ।