ଏସିବି ଫାଉଣ୍ଡେସନ ପକ୍ଷରୁ ସ୍କୁଲକୁ ପ୍ୟାରେଡ ସେଟ ପ୍ରଦାନ
ହାଟଡିହି- : ହାଟଡିହି ବ୍ଲକ କାହଳାଳିଆ ଗାଡିଆର ଏସିବି ଫାଉଣ୍ଡେସନ ପକ୍ଷରୁ ପଢ଼ିଆରିପଲ୍ଲି ପଞ୍ଚାୟତର ବଣିଆପଙ୍କ ହାଇସ୍କୁଲକୁ ପ୍ୟାରେଡ ସେଟ ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ, ସହ ଶୈକ୍ଷିକ, ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ପ୍ୟାରେଡ ସାମଗ୍ରୀ ସହାୟକ ହେବ । ଏଥିଲାଗି ଆୟୋଜିତ ଏକ ଉତ୍ସବରେ ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଶିକ୍ଷାବିତ ଅଲେଖ ଚନ୍ଦ୍ର ବେହେରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ପରିଡାଙ୍କୁ ତରକା, ଝୁମୁକା, ବେଗୁଲ ଆଦି ପ୍ୟାରେଡ ଉପକରଣ ପ୍ରଦାନ କରିଥିଲେ । ଏହି ସାମଗ୍ରୀ ଗୁଡିକ ବିଦ୍ୟାଳୟର ବାର୍ଷିକ କ୍ରୀଡା, ବାର୍ଷିକ ଉତ୍ସବ ଓ ବିଭିନ୍ନ ଜାତୀୟ ଦିବସରେ ବ୍ୟବହୃତ ହେବ ବୋଲି ପ୍ରଧାନ ଶିକ୍ଷକ ମତଦେଇ ଫାଉଣ୍ଡେସନର ଏପରି ମହତକାର୍ଯ୍ୟକୁ ପ୍ରସଂଶା କରିଥିଲେ । ଏହି ଉତ୍ସବରେ ବିଜୟ କୁମାର ନାୟକ, ସୁଦର୍ଶନ ପାଣିଗ୍ରାହୀ, ପ୍ରାଣବନ୍ଧୁ ଦାସ, ରମାକାନ୍ତ ବାରିକ, ସଶ୍ମିତା ରଣା ପ୍ରମୁଖ ଶିକ୍ଷକ ଶିକ୍ଷତ୍ରୀମାନେ ଉପସ୍ଥିତ ଥିଲେ । ପୁର୍ବରୁ ଏସିବି ଫାଉଣ୍ଡେସନ ପକ୍ଷରୁ ଗତବର୍ଷ ପଢ଼ିଆରିପଲ୍ଲି ପଞ୍ଚାୟତର ଅନ୍ୟ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଏହିପରି ପ୍ୟାରେଡ ଉପକରଣ ପ୍ରଦାନ କରାଯାଇଥିଲା ।


