ସୁରତରେ ଓଡିଶା ମହୋତ୍ସବ ଜାନୁୟାରୀ ୨୨ରେ ଅନୁଷ୍ଠିତ ହେବ

ଛତ୍ରପୁର-: ସୁରତରେ ବସବାସ କରୁଥିବା ଓଡିଆବାସୀଙ୍କ ଦୀର୍ଘକାଳୀନ ଦାବି ଯାହା ଭୂବନେଶ୍ୱର- ସୁରତ ଯାତ୍ରୀବାହୀ ବିମାନ ଚଳାଚଳର ସୋମବାର ଶୁଭାରମ୍ଭ ହୋଇଛି । ଗୁଜରାଟରେ ରହୁଥିବା ଓଡିଆଙ୍କ ବୃହତ୍ତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ସୁରତକୁ ସିଧାସଳଖ ବିମାନ ଚଳାଚଳ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସପ୍ତାହରେ ୨ ଥର ଏହି ବିମାନ ସୁରତକୁ ଚଳାଚଳ କରିବ । ଜାନୁୟାରୀ ୨୨ ତାରିଖରେ ସୁରତ ର ଅମରୋଲି , କୋସାଡ , ରଜବାଡି ପାର୍ଟ ପ୍ଲଟରେ ଆୟୋଜିତ ହେବାକୁ ଥିବା ଓଡିଶା ମହୋତ୍ସବକୁ ଯୋଗଦେବାକୁ ଯାଇଥିବା ଗଂଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଜିଲ୍ଲା ଯୁବ ବିଜେଡି ଉପସଭାପତି ଏନ୍‌.ଧନଞ୍ଜୟ ରାଓ, ଅନୀଲ ପତି, କେ.ଅନୀଲ କୁମାର, ଅଶୋକ ଶୁକ୍ଲା, ଗଂଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡାଙ୍କ ସହ ବହୁ ବିଜେଡି ନେତାଙ୍କୁ ସୁରତ ବିମାନ ବନ୍ଦରରେ ପ୍ରଭାସୀ ଓଡିଆଙ୍କ ଦ୍ୱାରା ସୋମାବାର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୁରତରେ ଓଡିଶା ରାଜ୍ୟର କଳା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ଗତବର୍ଷ ଏହି ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ଛତ୍ରପୁର ବିଧାୟକ ଶ୍ରୀ ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ