ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ଦାବୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ଏନଏସିକୁ ମ୍ୟୁନସିପାଲଟି ହେବା ନିମନ୍ତେ ଯେଉଁ ପ୍ରକ୍ରିୟା ଜୋରଦାର ରହିଛି । ଏଥିରେ ଛତ୍ରପୁର ସହର ନିକଟସ୍ଥ ଚିକଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ ଗାଁ, ଦାମିୟାନ୍ ନଗରକୁ ସାମିଲ କରାଯାଉ ବୋଲି ଆଜି ଗ୍ରାମବାସୀ ନିବେଦନ କରିଛନ୍ତି । ସେହିପରି ଶାନ୍ତିନଗର ଅଞ୍ଚଳର ଅଧା ଏହି ଏନ୍‌ଏସିରୁ ବାଦ୍ ପଡୁଥିବାରୁ ସେହି ଅଞ୍ଚଳକୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଛତ୍ରପୁର ବିଜ୍ଞାପତି ଅଞ୍ଚଳ ପରିଷଦ ମ୍ୟୁନସିପାଲଟି ପ୍ରକ୍ରିୟା ଜୋରଦାର ରହିଥିବା ବେଳେ ଉପରୋକ୍ତ ଗ୍ରାମବାସୀ ସେମାନଙ୍କ ସହମତି ଜଣାଇ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ଏକ ନିବେଦନ ପତ୍ର ପ୍ରଦାନ କରିଥିଲେ । ଛତ୍ରପୁର ସହରର ଅତି ନିକଟରେ ରହି ଏନଏସିର ସମସ୍ତ ସୁବିଧାରୁ ବଞ୍ଚିତ ରହିଅଛୁ । ଏଣୁ ମ୍ୟୁନସିପାଲଟିରେ ଏହି ଅଞ୍ଚଳ ସାମିଲ ହୋଇଗଲେ ସମସ୍ତ ସୁବିଧା ପାଇ ପାରିବୁ ବୋଲି ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳଙ୍କ ନେତୃତତ୍ୱରେ ଆଜି ସମସ୍ତ ସାହି ବାସିନ୍ଦା ଏକାଠି ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଫେରାଦ ଜଣାଇଥିଲେ । ଏହି ପ୍ରକ୍ରିୟାରେ ୪ ଟି ରାଜସ୍ୱ ଗାଁକୁ ସାମିଲ କରିବା ପାଇଁ ପୂର୍ବରୁ ଛତ୍ରପୁର ଏନ୍‌ଏସି ଚିକଲଖଣ୍ଡି, କଣମଣା, ପୋଡାପଦର ଓ ଅଗସ୍ତିନୂଆଗାଁ ପଞ୍ଚାୟତ ସରପଞ୍ଚଙ୍କୁ ପ୍ରସ୍ତାବ ମଗାଯାଇଥିଲା । ସେଥିରୁ କଣମଣା ଓ ଅଗସ୍ତିନୂଆଗାଁ ପଞ୍ଚାୟତ ତରଫରୁ ସହମତିର ପ୍ରସ୍ତାବ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ