ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ନବରଙ୍ଗପୁର ରେ ଉତ୍ୟକ୍ତ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ତାରଗାଁ ରେ । ସ୍ୱାମୀ ମୋହନ ହରିଜନ ସ୍ତ୍ରୀ ନବିନା ହରିଜନ କୁ ଆକ୍ରମଣ କରିବା ପରେ ଗୁରୁତ୍ବର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ମେଡିକାଲ ରେ ଭର୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ । ଘଟଣା ଅନୁସାରେ ସ୍ୱାମୀ ମୋହନ ହରିଜନ, ସ୍ତ୍ରୀ ନବିନା ହରିଜନ ସହ ନିଜ ଇନ୍ଦିରା ଆବାସ ଘର ସମ୍ପର୍କରେ ଗଣ୍ଡଗୋଳ ଲାଗିବା ପରେ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଟାଙ୍ଗିଆ ରେ ଆକ୍ରମଣ କରିଥିଲା । ପ୍ରାୟ ଏକ ବର୍ଷ ହେବ ସ୍ତ୍ରୀ ନବୀନା ଉକ୍ତ ଗ୍ରାମର ନିଜ ବାପା ଘରେ ରହିଆସୁଥିଲେ । ତେବେ ସ୍ୱାମୀ ମୋହନ ନବୀନା ନାମରେ ଥିବା ଇନ୍ଦିରା ଆବାସ ଘରକୁ ଅନ୍ୟ ଜଣକୁ ଭଡା ଦେଇଥିବାବେଳେ, ଏହାକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇ ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକେ କହିଛନ୍ତି । ଏହା କୁ ନେଇ ମୃତ ସ୍ତ୍ରୀ ଙ୍କ ପରିବାର ଲୋକେ ନବରଙ୍ଗପୁର ଥାନାରେ ଏତେଲା ଦେଇଥିବା ବେଳେ ସ୍ୱାମୀ ମୋହନ ଫେରାର ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ