ମାତିଲେ ମାଓବାଦୀ

କଲ୍ୟାଣସିଂହପୁର:- କଲ୍ୟାଣସିଂହପୁର ବ୍ଲକ୍ ଅଞ୍ଚଳରେ ପୁଣି ମାତିଲେ ମାଓବାଦୀ ରାସ୍ତା ନିର୍ମାଣରେ ନିୟୋଜିତ କେତେକ ଯନ୍ତ୍ରପାତି ବା ମେସିନ୍ ପୋଡ଼ି ଦେଇଛନ୍ତି । ମିଳିଥିବା ସୂଚନାଅନୁସାରେ ନିୟମଗିରି ଅଞ୍ଚଳର ପାରସାପାଲି ଗ୍ରାମପଞ୍ଚାୟତର ଗୁମା ଗାଁ ନିକଟରେ ଘଟଣାଟି ଘଟିଛି । ନାରୀଙ୍ଗତୋଲା ଗାଁ ଠାରୁ ଗୁମ୍ମାକୁ ରାସ୍ତା ତିଆରି ଚାଲିଥିଲା । ଏହାକୁ ବିରୋଧ କରି ମଙ୍ଗଳବାର ରାତିରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ମାଓବାଦୀ ସେଠାକୁ ଆସି ପ୍ରଥମେ ଦୁଇଜଣ ଶ୍ରମିକଙ୍କୁ ମାଡମାରିବା ସହ ରାସ୍ତା ନିର୍ମାଣ କାର‌୍ୟ୍ୟରେ ବ୍ୟବହୃତ ହେଉଥିବା ଦୁଇଟି ଜେସିବି, ଗୋଟାଏ ରୋଲର୍ ଏବଂ ଗୋଟାଏ ମିକ୍ସର୍ ମେସିନ୍ ପୋଡ଼ି ଦେଇଥିଲେ । ଘଟଣାସ୍ଥଳରେ ସେମାନେ ପୋଷ୍ଟର୍ରେ ଲେଖାଯାଇଛିନ୍ତି ଯେ, ନିୟମଗିରି ଖନନକୁ ବିରୋଧ କରିବା ସହ ଯେଉଁମାନେ ଏହି ନିର୍ମାଣ କ।ର୍ଯ୍ୟରେ ସାମିଲ ହେବେ, ସେମାନଙ୍କୁ ହତ୍ୟା କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ