ଦିଲ୍ଲୀ ନିର୍ବାଚନ : କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁଙ୍କ ନାମ ରହିଛି। ପଞ୍ଜାବର ମୁଖମନ୍ତ୍ରୀ କାପ୍ଟେନ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କର ମତଭେଦ ହେବା ସତ୍ତ୍ବେ ସିଦ୍ଧୁଙ୍କୁ ନିର୍ବାଚନ ପ୍ରଚାରରେ କଂଗ୍ରେସ ପ୍ରମୁଖ ଦାୟିତ୍ଵ ଦେଇଛି। ଷ୍ଟାର ପ୍ରଚାରକଙ୍କ ତାଲିକାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅଛନ୍ତି। ଏତଦ୍ ବତୀତ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୁଘ୍ନ ସିହ୍ନା, ଉଦିତ ରାଜ୍ ଏବଂ କାର୍ତ୍ତି ଆଜାଦ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି। ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧ୍ୟାଙ୍କ ସହ ଶର୍ମିଷ୍ଠା ମୁଖାର୍ଜୀ ଏବଂ ରାଗିନୀ ନାୟକଙ୍କ ଭଳି ନେତୃତ୍ଵ ପ୍ରଚାର କରିବେ।
କପିଲ ସିବଲ, ହରିୟାଣାର ପୂର୍ବତନ ମୁଖମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡା, ଉତ୍ତରାଖଣ୍ଡର ମୁଖମନ୍ତ୍ରୀ ହରୀଶ ରାୱତ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ, ପଞ୍ଜାବର ମୁଖମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଦିଲ୍ଲୀବାସୀଙ୍କୁ କଂଗ୍ରେସ ପାଇଁ ଭୋଟ ମାଗିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ