ସାଉଁଟିଆ ସମାଜ ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଏ.ତୋଟାପଲ୍ଲୀ ଗ୍ରାମ ନିକଟ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ସଉଁଟିଆ ସମାଜର ବୈଠକ ଉପଦେଷ୍ଟା ଗୁରୁନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥୀଭାବେ ଡଃ.ଦୁଯ୍ୟୋଧନ ପ୍ରଧାନ ଓ ଭାଗିରଥୀ ପ୍ରଧାନ ଯୋଗଦେଇ ସମାଜର ଉନ୍ନତୀ ଦିଗରେ ଆଲୋକପାତ କରିଥିଲେ । ଶିକ୍ଷା-ସ୍ୱାସ୍ଥ୍ୟ ,ଆର୍ଥିକ କ୍ଷେତ୍ରରେ କିଭଳି ବିକାଶ ହେବ ସେଥିନିମନ୍ତେ ଗୁରୁତ୍ୱାରୋପ କରିଥିଲେ । ତୃଣମୂଳ ସ୍ତରରେ ସମାଜ ମଧ୍ୟରେ ଥିବା ଶିକ୍ଷିତ ଯୁବକ ମାନେ ସମାଜର କଲ୍ୟାଣ ନିମନ୍ତେ ଆଗେଇ ଆସିବାକୁ କହିଥିଲେ । ତୃଣ ମୂଳ ସ୍ତରରେ ସାମ୍ବିଧାନିକ ନୀୟମ ଅନୁସାରେ ପ୍ରଥମେ ସଭ୍ୟ ନିର୍ବାଚନ ପରେ ମଣ୍ଡଳ ଗଠନ ପରେ ଜିଲ୍ଲା ଓ ରାଜ୍ୟ କର୍ମକର୍ତ୍ତା ନିର୍ବାଚନ କରିବା ପାଇଁ ପୂର୍ବତନ ସଭାପତି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ନରସିଂହ ପ୍ରଧାନ, ସଂପାଦକ ଭିକାରୀ ପ୍ରଧାନ, ଆପନା ପ୍ରଧାନ, ରାଧାମୋହନ ପ୍ରଧାନ, ଅର୍ଜୁନ ପ୍ରଧାନ, ଅନନ୍ତରାମ ପ୍ରଧାନ, ଶ୍ୟାମ ପ୍ରଧାନ, ହରିରାମ ପ୍ରଧାନ ଙ୍କ ସମେତ ସମାଜ ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ନରସିଂହ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।