ଗୁଣାତ୍ମକ ପଥ ସଞ୍ଚଳନ କାର୍ଯ୍ୟକ୍ରମ

ବନ୍ତ,(ଯୁଗାବ୍ଦନ୍ୟୁଜ) : ଗୁରବାର ବନ୍ତସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଏକ ପଥ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଭାରତ ବର୍ଷ ବିଶ୍ୱ ଦରବାରରେ ଶ୍ରେଷ୍ଠ ଦେଶ ଆସନ ଅଳଙ୍କୃତ କରିପାରିବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ସଂଘର ବିଭାଗ କାର୍ଯ୍ୟବାହ ପାର୍ଥ ସାରଥୀ ଦାଶ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂଘ ଚାଳକ ଡ.ପବିତ୍ର ମୋହନ ପଟ୍ଟନାୟକ ଯୋଗ ଦେଇ ଭାରତ ବର୍ଷକୁ ଏକ ହିନ୍ଦୁ ରାଷ୍ଟ୍ର ଭାବରେ ଗଢିବାକୁ ହେଲେ ସମଗ୍ର ଭାରତବର୍ଷର ଭାଇଭଉଣୀ ଏକତ୍ରିତ ହୋଇ ଭାରତ ବର୍ଷର ସଂସ୍କୃତି, ବିକାଶ ଓ ସୁରକ୍ଷା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସହିତ କାର୍ଯ୍ୟରେ ପରିଣତ କରିବା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା କାର୍ଯ୍ୟବାହ ରଶ୍ମି ରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଜିଲ୍ଲା ପ୍ରଚାରକ ରଶ୍ମି ରଞ୍ଜନ ମହାକୁଡ, ବିଭାଗ ଶାରୀରିକ ପ୍ରମୁଖ ସୁବ୍ରତ କୁମାର ନାୟକ ସହଯୋଗ କରିଥିଲେ । ସେହିପରି ସଂଘର ସ୍ୱୟଂ ସେବକ ସୁଦର୍ଶନ ଲାହା, ସଞ୍ଜୟ ବାରିକ, ଗୋବିନ୍ଦ ଚନ୍ଦ୍ର ରାଉତ, ପ୍ରଣୟ କୁମାର ପଢିଆରୀ, ସୁଧାଂଶୁ ଶେଖର ପଣ୍ଡା, ପ୍ରଶାନ୍ତ କୁମାର ମହାପାତ୍ର, ରାଜେଶ କୁମାର ବିଶ୍ୱାଳ, ବିକାଶ ଦାଶ, ରତିକାନ୍ତ ଆଚାର୍ଯ୍ୟ, ପ୍ରଦ୍ୟୁମ୍ନ ଶତପଥୀଙ୍କ ସମେତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ