ଟ୍ରକ୍ ଉପରେ ୫୮ ହଜାର ଟଙ୍କା ଫାଇନ୍

ଭଦ୍ରକ:- ଦେଶରେ ନୁଆ ମୋଟରଜାନ ଆଇନ୍ ଲାଗୁହେବାପରେ ଏବେ ଚନ୍ତା ବଢିଯାଇଛି ଗାଡି ଚାଳଙ୍କର । କେମିତି ରାସ୍ତାରେ ଚାଳାଇବେ ଗାଡି ସେ ନେଇ ସରକାର ଓ ବେସରକାରୀ ଅନୁଷ୍ଠାନ ଗୁଡିକ ଚାଳକମାନଙ୍କୁ ସଚେତନତା କରୁଛନ୍ତି । ଆଉ କେତେବେଳେ ଟ୍ରାଫିକ୍ ନିୟମକୁ ନମାନି ହଜାର ହଜାର ଟଙ୍କା ଗଣୁଛନ୍ତି ଗାଚି ଚାଳକ ମାନେ । ଗୁରୁବାର ଏଭଳି ଏକ ଖବର ସାମ୍ନାକୁ ଆସିଛି ଭଦ୍ରକରେ ଧାନ ବୋଝେଇ ଟ୍ରକକୁ ୫୮ ହଜାର ୪୦ ଟଙ୍କା ଜରିମାନା କରିଛି ଭଦ୍ରକ ପରିବହନ ବିଭାଗ । ସୂଚାନଥାଉକି , ତିହିଡ଼ି ଅଞ୍ଚଳରୁ ଏକ ଧାନ ବୋଝେଇ ଟ୍ରକକୁ ଯାଞ୍ଚ ପାଇଁ ଅଟକାଇଥିଲା ଭଦ୍ରକ ପରିବହନ ବିଭାଗ । ଏହାପରେ ଉକ୍ତ ଟ୍ରକର ପରମିଟ୍ ଠାରୁ ଆରମ୍ଭ କରି ପ୍ରଦୂଷଣ ସାର୍ଟିଫିକେଟ୍ ପର‌୍ୟ୍ୟନ୍ତ ଅଧିକାଂଶ ଦସ୍ତାବିଜ ନ ଥିବାରୁ ଏତେ ବଡ଼ ଅଙ୍କର ଜରିମାନା ଲଗାଇଛି ଭଦ୍ରକ ପରିବହନ ବିଭାଗ ।ସେପଟେ ଭଦ୍ରକ ଆରଟିଓ କହିଛନ୍ତି କି, ଏଭଳି ଓଭରଲୋଡ଼ିଂ କରୁଥିବା ଗାଡ଼ିଗୁଡ଼ିକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ । ସେଗୁଡ଼ିକର ସମସ୍ତ କାଗଜପତ୍ର କରି ଯାଞ୍ଚ କରାଯିବ । ନିୟମ ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ ବଡ଼ ଧରଣର ଜରିମାନା ଆଦାୟ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ