ଫସଲ ନଷ୍ଟକୁ କେନ୍ଦ୍ରକରି ଛେଳିକୁ ହାଣିଲେ : ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପାଟପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାଡ଼ ରେ ଛେଳି ଫସଲ ଖାଇବାକୁ କେନ୍ଦ୍ରକରି ଜଣେ ବ୍ୟକ୍ତି ଛେଳି କୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ଛେଳି କୁ ତାର ମାଲିକ ଚିକିତ୍ସା କରୁଥିବା ଜଣାପଡିଛି। ଗୁରୁବାର ପାଟପୁର ଗାନ୍ଧୀ ଛକ ନିକଟ ନଦୀ କଡ ରେ ଥିବା ପୀତବାସ ପ୍ରଧାନ ଙ୍କ ବାଡ଼ ରେ ପଶି ଗାଣ୍ଡୁ ଗୌଡ଼ ଙ୍କ ଛେଳି ପଲ ଫସଲ ଖାଇ ଦେଇଥିଲେ । ଫସଲକୁ ଛେଳି ଖାଉଥିବା ଦେଖି ପୀତବାସ ଗାଣ୍ଡୁ ଙ୍କୁ ଗାଳିଗୁଲଜ କରିଥିଲେ।ପ୍ରତିବାଦ କରିବାରୁ ପୀତବାସ ଗାଣ୍ଡୁ ଙ୍କ ଏକ ଛେଳି କୁ ଏକ ଧାରୁଆ ଅସ୍ତ୍ର ରେ ହାଣି ଦେଇଥିଲେ। ଏହାପରେ ଗାଣ୍ଡୁ ତାଙ୍କ ଛେଳିପଲକୁ ଧରି ସେଠାରୁ ଚାଲି ଯାଇଥିଲେ । ପରେ ଗୁରୁତର ହୋଇପଡ଼ିଥିବା ଛେଳି କୁ ସେ ଚିକିତ୍ସା କରିବା ପରେ ଏନେଇ ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତିକରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୩୪୩/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏଏସଆଇ ଅଶୋକ କୁମାର ପଟ୍ଟନାୟକ ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ତାଙ୍କୁ ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ସର୍ତ୍ତମୂଳକ ଜାମିନରେ ଛାଡିଥିବା ଜଣାପଡିଛି।


