ପୈାରପରିଷଦ ବୈଠକରେ ହୋହାଲ୍ଲା, ପୈାରଅଧିକାରୀଙ୍କୁ ଘେରିଲେ କାଉନସିଲର

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ପୌରପାଳିକା ବୈଠକ ଗୁରୁବାର ପୌରପାଳିକା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୌର ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ କାଉନସିଲରମାନେ ବିରୋଧ କରିଥିଲେ। ଏହି ସମୟରେ ପୌର ଅଧିକାରୀ ତ୍ରିନାଥ ବେହେରା କହିଥିଲେ କାଉନସିଲରମାନେ ତାଙ୍କୁ କାମ ମାଗୁଛନ୍ତି। ଏହି ମନ୍ତବ୍ୟରେ କାଉନସିଲରମାନେ ଅଧିକ ଉତ୍ତେଜିତ ହୋଇଯାଇଥିଲେ। ଫଳରେ ସେମାନେ କେଉଁ କାଉନସିଲର କାମ ମାଗୁଛନ୍ତି ସେମାନଙ୍କ ନାମ ପଚାରିଥିଲେ। ହେଲେ ପୌର ନିର୍ବାହୀ ଅଧିକାରୀ ନାମ କହି ନଥିଲେ। ଏହାସହ ବୈଠକ ଅଧାରୁ ଉଠିଯିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କୁ କାଉନସିଲରମାନେ ଘେରିଥିଲେ। ନଗରପାଳ ସରିତା ସାହୁ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ସ୍ୱାଭାବିକ କରିଥିଲେ। ବିଭିନ୍ନ ରାସ୍ତାରେ ତ୍ରିରଙ୍ଗା ଲାଇଟ୍ ଲଗାଇ ବହୁ ଲକ୍ଷ ଟଙ୍କା ବିଲ କରାଯାଇଛି। ଗୋଟିଏ ଖୁଣ୍ଟରେ ଏହା ଳଗାଇବା ପାଇଁ ବଜାର ମୂଲ୍ୟର ତିନିଗୁଣ ବିଲ ହୋଇଛି ବୋଲି କେତେକ କାଉନସିଲର ଅଭିଯୋଗ କରିଥିଲେ। ଏପରିକି ବୈଠକର ବିନା ଅନୁମୋଦନରେ ଏହି ଲାଇଟ ଲଗାଯାଇଛି ବୋଲି କେତେକ କାଉନସିଲର ଅଭିଯୋଗ କରିଥିଲେ। ବୈଠକରେ ପୂର୍ବରୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଯେଉଁ ଟେଣ୍ଡର ଡକାଯାଇଥିଲା ତାହାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହିପରି ପୌରପାଳିକା ଯେଉଁ ମାର୍କେଟ କମ୍ପେ୍ଲକ୍ସ କରିଛି ତାହାକୁ ଲଟେରୀ ମାଧ୍ୟମରେ ବଣ୍ଟନ କରିବା ପାଇଁ ଆଲୋଚନା ହୋଇଥିଲା। ବିଧାୟକ ପାଣ୍ଟି ଖର୍ଚ୍ଚ ହୋଇ ପାରୁନାହିଁ। ଫଳରେ ପାଣ୍ଠି ଆସିବାରେ ସମସ୍ୟା ହେବ। ତେଣୁ ପୌରପାଳିକାରୁ ହାତରୁ ଏହା ନିଆଯାଇ ବ୍ଲକକୁ ଦିଆଯାଉ ବୋଲି କେତେକ କାଉନସିଲର କହିଥିଲେ। ସେହିପରି ଆସନ୍ତା ଗଜଲକ୍ଷ୍ମୀ ପୂଜାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବୈଠକରେ ନଗରପାଳ ସରିତା ସାହୁ, ପୌରନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ବିଧାୟକ ଗଣେଶ୍ୱର ବେହେରା, ସାଂସଦଙ୍କ ପ୍ରତିନିଧି ସଲିମ ଖାନ, ପୌରସଭ୍ୟ ଉମେଶ ନାୟକ, ପୁଷ୍ପାଞ୍ଜଳୀ ବସ୍ତିଆ, ରଶ୍ମିତା ସିଂହ, ନିରାକାର ସ୍ୱାଇଁ, ଜୟନ୍ତୀ ପାଣିଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ