ଦୁର୍ଗାପୂଜାରେ ସୁରଝଙ୍କାରର ସାଂସ୍କୃତିକ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ପବିତ୍ର ଶାରଦୀୟ ଦୁର୍ଗା ପୂଜା ଅବସରରେ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ କଟକର ସୁର ଝଙ୍କାର ଅନୁଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ଦୁର୍ଗା ମଣ୍ଡପରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଦୁର୍ଗା ସପ୍ତମୀରେ କେନ୍ଦ୍ରାପଡ଼ା ସହରର ପୁରାତନ ଦେବୀପୀଠ ମହିପାଳିନୀରେ ମନମୁଗ୍ଧ ଭଜନ ସମାରୋହ ଅନୁଷ୍ଠିତ ହେଇଯାଇଛି। କେନ୍ଦ୍ରାପଡ଼ା ବିଧାୟକଙ୍କ ଦ୍ୱାରା ପ୍ରସ୍ତୁତ ଉକ୍ତ କାର୍ଯ୍ୟକ୍ରମରେ ସହରର ଶତାଧିକ ଶ୍ରଦ୍ଧାଳୁ ଓ ଭକ୍ତମାନେ ଉପସ୍ଥିତ ଥିଲେ। ଅଷ୍ଟମ ସନ୍ଧ୍ୟାରେ କେନ୍ଦ୍ରାପଡା ମହାକାଳପଡାର ବିଜୟ ନଗର, ଦଶହରା ସନ୍ଧ୍ୟାରେ କଟକ ଜିଲ୍ଲାର ସାଲେପୁର ଓ ତ୍ରିସୁଳିଆ ଠାରେ ମନୋଜ୍ଞ ଭଜନ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ବାଦଲ ଆଚାର୍ଯ୍ୟ ଓ ଲିପ୍ସା ମହାପାତ୍ର ପ୍ରମୁଖ ଓଡିଶାର ଆଗଧାଡିର କଣ୍ଠଶିଳ୍ପୀ ମାନେ ହୃଦୟଭରା ଭଜନ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ