ସରକାରୀ ଯୋଜନାରେ ଅନିୟମିତତା ପ୍ରତିବାଦରେ ପଞ୍ଚାୟତ ସମ୍ମୁଖରେ ଗଣଧାରଣା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ରାସନକାର୍ଡରେ ଗରିବ ଲୋକଙ୍କୁ ଅନ୍ତର୍ଭୁକ୍ତ କରାନଯିବା, ବାର୍ଦ୍ଧକ୍ୟ ଭତ୍ତାରୁ ବୃଦ୍ଧବୃଦ୍ଧା ଓ ବିଧବା ମାନଙ୍କୁ୍ ବଞ୍ôଚତ କରାଯିବା, ୮୦ ବର୍ଷରୁ ଉର୍ଦ୍ଧ୍ୱ ଭତ୍ତାଧାରୀଙ୍କୁ ୩ ହଜାର ୫ ଶହ ଟଙ୍କା ଭତ୍ତା ପ୍ରଦାନରେ ଅବହେଳା ପ୍ରଦର୍ଶନ ସହିତ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆର୍ଥିକ ବାଟମାରଣା ପ୍ରତିବାଦରେ ଆଜି ରାମଚନ୍ଦ୍ରପୁର ପଞ୍ଚାୟତ ଅଫିସ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ବଞ୍ôଚତ କରାଯାଇ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ରାଜନୈତିକ ହୀନ ଉଦ୍ଦେଶ୍ୟରେ ସମସ୍ତ ସୁବିଧା ପ୍ରଦାନ କରାଯିବା ଅଭିଯୋଗ ହୋଇଛି । ରାମଚନ୍ଦ୍ରପୁର, ପାନପଦୀ, ବର୍ଚ୍ଚିକୟାଁ, ସାହାରାଗଢିଆ, ବରପଦୀ, ଗୋବିନ୍ଦପୁର ଆଦି ଗ୍ରାମର ମହିଳା ଓ ପୁରୁଷଙ୍କ ସମେତ ବିିଭିନ୍ନ ଯୋଜନାରୁ ବାଦ ପଡିଥିବା ପ୍ରକୃତ ହିତାଧିକାରୀ ମାନେ ଏହି ଗଣ ଧାରଣାରେ ସାମିଲ ଥିଲେ । ସିପିଆଇ ଶାଖା ସମ୍ପାଦକ ଜୟନ୍ତ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣ ଧାରଣାରେ ସଞ୍ଜୟ ରାଉତ, ଅରୁଣ ସାମଲ, ମଳୟ ଜେନା, ଭରତ ସେଠୀ, ଭୀମସେନ ଦାସ, ସୁରେନ୍ଦ୍ର ଦାସ, ଅଜୟ କୁମାର ଜେନା,ଗୋଲକ ଦାସ, ହରେକୃଷ୍ଣ ଦାସ, ନିତ୍ୟାନନ୍ଦ ଦାସ, ଋକ୍ମଣୀ ଜେନା, ସୁଷମା ଜେନା, କୁନ୍ତଳା ପ୍ରଧାନ, ସତ୍ୟଭାମା ଶଂଖୁଆ, ଟିକିନା ଜେନା, ତୁଳସୀ ହେମ୍ବ୍ରମ, ବାସନ୍ତୀ ବାସ୍କେ, ସୀତା ହେମ୍ବ୍ରମ, ଆୟୁଷ ସେଠୀ, ମାନସୀ ବେହେରା, ପ୍ରତିପ୍ରଜ୍ଞା ବାରିକ, ସୁରେନ୍ଦ୍ର ଦାସ, ଭାଗବତ ନାୟକଙ୍କ ସମେତ ଶତାଧିକ ମହିଳା, ପୁରୁଷ ଏବଂ ଦିବ୍ୟାଙ୍ଗ ମାନେ ସାମିଲ ଥିଲେ ।


