ବିଜେଡ଼ି ପକ୍ଷରୁ କର୍ମୀ ସମାବେଶ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବି. ତୁରୁବୁଡ଼ି ପଞ୍ଚାୟତ ମରେଇବାଡ଼ି ଗାଁ ମା ‘ ଖେମୁଣ୍ଡି କାଳୁଆ ଶକ୍ତିପୀଠ ରେ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି ସମାବେଶରେ ବିଜେଡି ବିଧାୟକ ପ୍ରାର୍ଥୀ  ବିପ୍ଳବ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟରେ ଭାଜପା  ସରକାର ଗଠନ କରିବାପରେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ନାରୀଙ୍କୁ ସୁରକ୍ଷା ଏବଂ ନ୍ୟାୟ ଦେବାରେ ବିଫଳ ହେବାସହ  ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଥିବା ନେଇ ସେ ସମାବେଶ ରେ ବର୍ଷିଥିଲେ।  ପୁଣିଥରେ ବିଜେଡି କର୍ମୀମାନେ ଗାଁ ଗାଁ ରେ ଭାଇଚାରା ସୃଷ୍ଟି କରି ସମଗ୍ର ନିର୍ବାଚନ ମଣ୍ଡଳୀ ରେ ଏକତ୍ରିତ ଭାବେ ସାଧାରଣ ଜନତାଙ୍କ କାମ କରିବାସହ  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ମୁଠାକୁ ଟାଣ କରିବା ଏବଂ ବିଜେଡ଼ି କୁ ସୁଦୃଢ କରିବାକୁ ଆହ୍ବାନ ଦେଇଥିଲେ। ଦିଗପହଣ୍ଡି ର ପୂର୍ବତନ ଏନଏସି ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ , ହୃଦୟରଞ୍ଜନ ମେକାପ , ପୂର୍ବତନ କାଉନସିଲର ତଥା ମହିଳା ବିଜେଡି ଜିଲା ଉପ ସଭାନେତ୍ରୀ ନିରୁପମା ପଟ୍ଟନାୟକ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ଅନୁସୁୟା ରେଡ୍ଡୀ, କାଉନସିଲର ନୀଳମାଧବ ଗୌଡ଼,ପୂର୍ବତନ ସମିତି ସଭ୍ୟ ମାଧବ ରାଓ, ଡ଼ା. ପ୍ରଫୁଲ୍ଲ ପ୍ରଧାନ, ପ୍ରକାଶ ବେହେରା, ସିମାଦ୍ରୀ ପାତ୍ର , ଅନୀତା ବେହେରା , ଉମା ମହେଶ୍ୱରୀ ସେଠୀ , ପ୍ରହଲ୍ଲାଦ ଭୂୟାଁ  , ସୁନୀଲ ବିଷୋୟୀ , ସୁନୀଲ ଗୈାଡ , ଗଣେଶ ରେଡ୍ଡୀ  , ନକୁଳ ପ୍ରଧାନ , ଶିଶିର ପ୍ରଧାନ , ଜଗନ୍ନାଥ ପ୍ରଧାନ , ବିପ୍ଳବ ମିଶ୍ର , ସନ୍ତୋଷ ରାଉତ , ରାମକୃଷ୍ଣ ସାହୁ , ଶିବାନୀ ସେଠୀ , ରବି ପାତ୍ର , କିଶୋର ପାତ୍ର , ପ୍ରିୟମ୍ବଦା ପାଢ଼ୀ , ଶଙ୍କର ପାଣିଗ୍ରାହୀ ଙ୍କ ସମେତ ସହସ୍ରାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ