ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ “ସେବା ପକ୍ଷ” ଭାବେ ପାଳନକରିବ ବିଜେପି
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦୀ ଙ୍କ ଜନ୍ମଜୟନ୍ତି ଉପଲକ୍ଷେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସେବା ପକ୍ଷ ପାଳନ ପାଇଁ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ପ୍ରସ୍ତୁତି ବୈଠକ ତଥା ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମିଡ଼ିଆ ସଂଯୋଜକ ସୁଜିତ କୁମାର ଦାସ ଯୋଗଦେଇ ବୈଠକ ନେବା ସହିତ ଉପସ୍ଥିତ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ସହିତ ସିଧାସଳଖ ଭାବର ଆଦାନପ୍ରଦାନ କରିଥିଲେ। ସେବା ପକ୍ଷକୁ ଉତ୍ସାହର ସହ ପାଳନ କରିବା ପାଇଁ କେନ୍ଦୁଝର ବିଜେପି ପକ୍ଷରୁ ୧୭ ରୁ ୨ ଅକ୍ଟୋବର ଯାଏଁ ମଣ୍ଡଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଚାଲିବ ସେବା କାର୍ଯ୍ୟ। ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ ସ୍ୱାସ୍ଥ୍ୟ ଏବଂ ରକ୍ତଦାନ ଶିବିର କରାଯିବ। ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍କ ସ୍ୱାସ୍ଥ୍ୟଶିବିର ଆୟୋଜନ କରାଯିବ।ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନ ଉପରେ ପ୍ରଦର୍ଶନୀ କରାଯିବ ସହ ଫିଲ୍ମ ପ୍ରଦର୍ଶିତ ହେବ। ବିକଶିତ ଭାରତ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବା ସହିତ ୨୧ ସେପ୍ଟେମ୍ବରରେ ମୋଦି ବିକାଶ ମାରାଥନ କାର୍ଯ୍ୟକ୍ରମ ହେବ। ସେପ୍ଟେମ୍ବର ୨୫ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀ ରାଜ୍ୟ, ଜିଲ୍ଲା ଓ ବୁଥ୍ସ୍ତରରେ ଅନୁଷ୍ଠିତ ହେବ। ଜିଲ୍ଲା, ମଣ୍ଡଳସ୍ତରରେ କର୍ମଶାଳା ମଧ୍ୟ କରାଯିବ ବୋଲି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ପ୍ରକାଶ କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କର୍ମଶାଳା ରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଧାକାନ୍ତ ମହାନ୍ତ, କେନ୍ଦୁଝରଗଡ଼ ପୌରପାଳିକାର ଅଧକ୍ଷା ନିକୁ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ,କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ ଏବଂ ଶମ୍ଭୁନାଥ ରାଉତ,ରାଷ୍ଟ୍ରୀୟ ମହିଳା ମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟା ଦାସମତି ଚାତାର, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଂଜନ ସାମନ୍ତ ସିଂହାର ଏବଂ ଅନୁବ୍ରତ ବେହେରା ପ୍ରମୁଖ ମଂଚାସୀନ ହୋଇ ଆଗାମି କାର୍ଯ୍ୟକ୍ରମ ପାଇଁ ନିଜନିଜର ମତାମତ ରଖିଥିଲେ। ଜିଲ୍ଲାର ସମସ୍ତ ଜିଲ୍ଲା ପଦାଧିକାରୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ପୂର୍ବତନ ସଭାପତି,ଜିଲ୍ଲାପରିଷଦ,ବ୍ଲକ ଅଧକ୍ଷ, ପୌରପାଳିକା ର ଅଧକ୍ଷ,ସମସ୍ତ ମଣ୍ଡଳ ସଭାପତି ତଥା ସଂଯୋଜକ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର ସେସରେ ଧନ୍ୟବାଦ ଅଭିଭାଷଣ ରଖି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ।


