ଶାଳଣିଆଁ ପଞ୍ଚାୟତରେ ଅନେକ ଲୋକଙ୍କ ଘରେ ପସିଲା ପାଣି: ଭାଙ୍ଗିଲା କାନ୍ଥ
ହାଟଡିହି (ଓ୍ବାଇଏନଏସ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଶାଳଣିଆଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଥିବା ବେଳେ କିଛି ଲୋକଙ୍କ ମାଟି କାନ୍ଥ ଭାଙ୍ଗି ଯାଇଛି। ବିଷ୍ଣୁପୁର ଗ୍ରାମରେ ଅନେକ ଲୋକଙ୍କ ଘରେ ପାଣି ପସିଥିବା ବେଳେ ଗାଁର କେଶବ ଚନ୍ଦ୍ର ଜେନାଙ୍କ ଘରେ ପାଣି ପଶିବା ସହିତ ମାଟି କାନ୍ଥ ଭାଙ୍ଗି ପଡ଼ିଛି। ଫଳରେ ପରିବାର ଲୋକେ ପର ଘରେ ଆଶ୍ରୟ ନେଉଛନ୍ତି। ସେହିପରି ପୁପୁନୁ ଶଙ୍ଖୁଆ ଙ୍କ ଘରର ମାଟି କାନ୍ଥ ଭାଙ୍ଗି ପଡିଥିବା ବେଳେ ସୋଲପଟା ଗ୍ରାମର ମୁରଲୀଧର ନାୟକ ୪ବଖରା ଚାଳଘର ସମ୍ପୁର୍ଣ୍ଣ ମାଟିରେ ମିଶି ଯାଇଛି। ମୁରଲିଧରଙ୍କ ଉକ୍ତ ଘରେ ଗୋରୁଗାଈ ବନ୍ଧା ହୋଇଥିବା ବେଳେ ଘରଟି ଭାଙ୍ଗି ପଡ଼ିବା ଦେଖି ଗୋରୁଗାଈ ଗୁଡିକୁ ଫିଟାଇ ଦେବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଗୋରୁ ଗାଈ ଗୁଡ଼ିକ ବର୍ତ୍ତି ଯାଇଛନ୍ତି। କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


