ଗୁରୁଡ଼ା ଉଚ୍ଚ ବିଦ୍ୟାଳୟ ଓଏମସି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଗୁରୁଦିବସ ପାଳିତ
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ ଗୁରୂଡା ଧରଣି ଧର ଉଚ୍ଚ ବିଦ୍ୟାଳୟ ଓଏମସି ମଧ୍ଯ ଇଂରାଜି ବିଦ୍ୟାଳୟ ତରଫରୁ ଗୁରୁଦିବସ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ବେଙ୍ଗରା ଦୀପକ ରଂଜନ ପାଣିଗ୍ରାହୀ ପ୍ରମୁଖ ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପୂଜନ କରାଯାଇଥିଲା । ଡଃ ରାଧାକ୍ରୀଷ୍ଣନ୍ଙ୍କ ବିଷୟରେ ବକ୍ତବ୍ୟରେ ଗୁରୁ କିପରି ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ସେ ବିଷୟରେ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ବେଙ୍ଗରା ନିଜ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।


