ସମବାୟ ଚିନିଶିଳ୍ପ ଲିଃ ପକ୍ଷରୁ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): କ୍ୟାନ୍ସର ବା କର୍କଟ ହେଉଛି ଏକ ପ୍ରାଣଘାତୀ ରୋଗ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଏହି ଗମ୍ଭୀର ରୋଗର ଶୀକାର ହେଉଛନ୍ତି । କର୍କଟ ରୋଗର ଭୟାବହତା ସଂପର୍କରେ ଅବଗତ କରାଇବା ପାଇଁ ଆସିକା ସମବାୟ ଚିନିଶିଳ୍ପ ଲିଃ ଏବଂ ଭୁବନେଶ୍ୱର ସ୍ଥିତ ବାଗ୍ଚି ଶ୍ରୀ ଶଙ୍କର କ୍ୟାନ୍ସର କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ ଚିନିଶିଳ୍ପ ଲିଃର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଓ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଓ ପ୍ରାଥମିକ ଚିକିତ୍ସା ଶିବିରରେ ଭୁବନେଶ୍ୱର ସ୍ଥିତ ଶ୍ରୀ ଶଙ୍କର କ୍ୟାନ୍ସର କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ଡାକ୍ତର ସ୍ୱେତେଲାନା ଆଶେ ଏବଂ ଡାକ୍ତର ନିହାରୀକା ଦାଶ ପ୍ରମୁଖ ଯୋଗ ଦେଇ ଦୂରାରୋଗ୍ୟ ପ୍ରାଣଘାତୀ କର୍କଟ ରୋଗର କାରଣ ଓ ନିରାକରଣ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିବା ସାଙ୍ଗକୁ ସଦାସର୍ବଦା ତମାଖୁ ସେବନରୁ ନିବୃତ୍ତ ରହିବା, ମାଦକ ଦ୍ରବ୍ୟ ବା ନିଶାସେବନ ନ କରିବା, ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଜାରି ରଖିବା, ସୁସ୍ଥ ଜୀବନଶୈଳୀ ଆପଣେଇବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା , କର୍କଟ ରୋଗର ପ୍ରାଥମିକ ଲକ୍ଷ୍ୟଣ ଗୁଡିକୁ ଚିହ୍ନଟ କରି ସଠିକ୍ ସମୟରେ ଡାକ୍ତରୀ ପରୀକ୍ଷା କରିବା, କର୍କଟ ରୋଗକୁ ନେଇ ସମାଜରେ ଥିବା ଭୟକୁ ଦୂର କରିବା, ଶରୀରରେ କୌଣସି ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା, କର୍କଟ ରୋଗକୁ ଭୟ ନ କରି ପିଡୀତଙ୍କୁ ସାହସ ଓ ସହଯୋଗର ହାତ ବଢାଇବା ଉପରେ ଗୁରୁତ୍ୱାରୋପ କରିଥିବା ଦେଖିବାକୁ ମିଳିଥିଲା । କ୍ୟାନ୍ସର ବା କର୍କଟ ରୋଗର ନାଁ ଶୁଣିଲେ ମନରେ ଆପେ ଆପେ ଭୟ ଆସିଯାଇଥାଏ । ସାଂପ୍ରତିକ ପରିସ୍ଥିତିରେ ତମାଖୁ, ଗୁଟ୍ଖା, ପାନମସଲା ଓ ସିଗାରେଟ୍ ସେବନ ସମେତ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ କର୍କଟ ରୋଗର ଅନ୍ୟତମ ପ୍ରମୁଖ କାରଣ ବୋଲି ଜଣାପଡିଛି । ଭାରତର ତୃତୀୟ ବୃହତ୍ତମ କ୍ୟାନ୍ସର ହସପିଟାଲ୍ ରୂପେ ପରିଚିତ ଥିବା ବାଗ୍ଚି ଶ୍ରୀ ଶଙ୍କର କ୍ୟାନ୍ସର କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ୱର ଏବଂ ଆସିକା ସମବାୟ ଚିନିଶିଳ୍ପ ଲିଃର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମରେ ବହୁ କର୍ମଚାରୀଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ ଚିନିଶିଳ୍ପ ଲିଃରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରୟାସରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱାସ୍ଥ୍ୟ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସମବାୟପ୍ରେମୀ ମହଲରେ ସ୍ୱାଗତ ଏବଂ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ବାଗ୍ଚି ଶ୍ରୀ ଶଙ୍କର କ୍ୟାନ୍ସର କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ଦକ୍ଷିଣାଞ୍ଚଳ ଜୋନ୍ର ବ୍ୟବସାୟିକ ମୁଖ୍ୟ ବିଭୁତି ପରମଗୁରୁ ମହାପାତ୍ର ଏବଂ ସହଯୋଗୀ କେ.ରବିନାରାୟଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କ୍ୟାନ୍ସର ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଆସିକା ସମବାୟ ଚିନିଶିଳ୍ପର କୃଷକ ଭବନ ପରିସରରେ ଅନୁଷ୍ଠିତ ହୋଇଥିବା କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଓ ପ୍ରାଥମିକ ଚିକିତ୍ସା ଶିବିରରେ ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲା ବେଳେ ସଂପାଦକ ସନ୍ତୋଷ କୁମାର ମଲିକ, ଏଓ ଚିତ୍ତଚିନ୍ମୟ ରଂଜନ ନାୟକ, ପରିଚାଳନା ପରିଷଦର ସଦସ୍ୟ ସରିତ ପ୍ରଧାନ, କର୍ମଚାରୀ ଅନିଲ୍ କୁମାର ଦାଶ, ବାଇଧର ନାହାକ, ଜଗଦିଶ ପାତ୍ର, କେଦାରନାଥ ସାହୁ, ଶ୍ରୀନିବାସ ମହାପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଇଂ ଅରୁଣ କୁମାର ପାତ୍ର, ପ୍ରଶାନ୍ତ କୁମାର କର, ଚିରଞ୍ଜିବୀ ମହାନ୍ତି, ଧ୍ରୁବଚରଣ ସାହୁ, ସନ୍ତୋଷ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ପାତ୍ର, ଜଗନ୍ନାଥ ପଟ୍ଟନାୟକ, ବିଶ୍ୱନାଥ ପାଣିଗ୍ରାହୀ, ଏମ୍.ରାମବାବୁ ଦୋରା, ତ୍ରିନାଥ ବେହେରା, କୈଳାଶ ଚନ୍ଦ୍ର ପଟ୍ଟନାୟକ, ସୌମେନ୍ଦ୍ର କୁମାର ପଟ୍ଟନାୟକ, କଳ୍ପନା ପାଢୀ, ଲକ୍ଷ୍ମୀ ପାତ୍ର, ଦାମୋଦର ସିୟ, ଜିତେନ୍ଦ୍ର କୁମାର ଜେନା, ରାମପ୍ରସାଦ ଶତପଥୀ, ରାଜକିଶୋର ପାଢୀ, ସତ୍ୟବାନ ଲେଙ୍କା, ଉଲ୍ଲାସ ରେଡି, ଅମିତ୍ କୁମାର ବିଶ୍ୱାଳ, ରାଜା ବିଶ୍ୱାଳ, ସୁମନ୍ତ କୁମାର ପଟ୍ଟନାୟକ, ରାଜେଶ୍ କୁମାର ନାୟକଙ୍କ ସମେତ ବହୁ କର୍ମଚାରୀ ଓ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।


