କଂଗ୍ରେସ ପକ୍ଷରୁ ୧୪୦ତମ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୧୪୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ସୋଇଯାଇଛି। ଏହି ଅବସରରେ ଆଜି ସକାଳ ୧୧ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ. ଭାରତୀୟ ଜାତୀୟ କଂଗ୍ରେସ ଅରଟ ଚିହ୍ନ ଥିବା କଂଗ୍ରେସ ପତକା ଉତ୍ତୋଳନ କରି, ରଘୁପତି ରାଘବ ରାଜା ରାମ ପତିତପାବନ ସୀତାରାମ ଈଶ୍ୱର ଆହ୍ଲା ଦେ ଭଗବାନ ଗୀତ ଗାନ କରିବା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସଭାଗୃହରେ କଂଗ୍ରେସ ଦଳର ମହାନ୍ ମହାନ୍ କଂଗ୍ରେସ ପ୍ରତିଷ୍ଠିତ ପ୍ରତିଭାଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏବଂ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ନିଜର ବ୍ୟକ୍ତବ୍ୟ ରେ ସମସ୍ତଙ୍କୁ ନିବେଦନ ସହିତ କହିଛନ୍ତି ୧୪୦ତମ ପ୍ରତିଷ୍ଠା ଦିବସ ରେ ଜିଲ୍ଲା ବାସିନ୍ଦାଙ୍କୁ ୨୦୨୬ ନବ ବର୍ଷରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇ ଚଳିତ ବର୍ଷରେ ଜିଲ୍ଲା କଂଗ୍ରେସ ଓ ରାଜ୍ୟ କଂଗ୍ରେସ ଏବଂ ଦେଶରେ କଂଗ୍ରେସ ସଂଗଠନ କିପରି ସୁଦୃଢ ହେବ ବୋଲି ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ। ଆଜି ର ଶୁଭ ଅବସର ଜିଲ୍ଲାବାସୀଙ୍କୁ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଈଶ୍ୱର ମାଝୀ,ଏସ ପାପାରାଓ। ରବି କୁମାର, ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ, ପୈରପୂର୍ବତନ ଉପାଧ୍ୟକ୍ଷ ସଂଜୟ ଅଧିକାରୀ, ତ୍ରୀନାଥ ପାତ୍ର, ଅଭି ପଣ୍ଡା,ବାଲକୃଷ୍ଣା,ଲବସାହୁ, ବିଷ୍ଣୁ ପାଢି, ନଗର ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


