ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା

କଟକ (ଓ୍ବାଇଏନଏସ): କଟକ ବାଲିଯାତ୍ରା ପଡିଆରେ ଉଦ୍ଘାଟିତ ହୋଇଥିବା କୃଷି ଯନ୍ତ୍ରପାତି ମେଳାର ଆଜି ଦ୍ଵିତୀୟ ଦିବସ କୃଷକମାନଙ୍କ ସକ୍ରିୟ ଭାଗୀଦାରୀରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ କୃଷି କର୍ମଶାଳାର ଆୟୋଜନ କରାଯାଇଥିଲା । କର୍ମଶାଳାରେ ଇଂ ପ୍ରଦୀପ ପାଇକରାୟ କ୍ଷେତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ଉପରେ ଉପସ୍ଥିତ ଚାଷୀମାନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।ଜିଲ୍ଲା କୃଷି ଅଧିକାରୀ, ବାଙ୍କୀ ଶ୍ରୀମତୀ ଶୁଭଶ୍ରୀ ଜେନା ସରକାରଙ୍କ ବିଭିନ୍ନ ବହୁମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । କର୍ମଶାଳାରେ ଉପସ୍ଥିତ ଚାଷୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ଏକ ଜିଲ୍ଲାସ୍ତରୀୟ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଫସଲ ବିବିଧିକରଣ ଯୋଜନା ମାଧ୍ୟମରେ ଆୟୋଜନ କରଯାଇଥିଲା ଯେଉଁଥିରେ ବଡମ୍ବା ଓ ନରସିଂହପୁର ଅଞ୍ଚଳରୁ ଆସିଥିବା ୭ ଟି ସ୍ଵୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ମାଣ୍ଡିଆ,ମୁଗ ଓ ମକାରେ ତିଆରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ମହିଳାମାନେ ପୁରସ୍କୁତ ହୋଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ୩୦୦ଜଣ ଚାଷୀ  ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରୋଜାଲିନ ସୁନ୍ଦରରାୟ ଙ୍କ ଦ୍ଵାରା  ଓଡିଶୀ ଓ ଆଞ୍ଚଳିକ ନୃତ୍ୟ ପରିବେଷଣ କରାଯିବା ସହ ବଦ୍ରିନାରାୟଣ ମିଶ୍ର ଙ୍କ ଦ୍ଵାରା ପ୍ରଦର୍ଶିତ ମ୍ୟାଜିକ ଶୋ ଦର୍ଶକ ଙ୍କ ମନ ମୋହିଥିଲା। ଏହି ଅବସରରେ ଜିଲ୍ଲା କୃଷିଅଧିକାରୀ ଡ ରୋଜାଲିନ ନାୟକ, କୃଷି ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଶାନ୍ତ କୁମାର ଜେନା ଉପସ୍ଥିତ ରହି କୃଷକମାନଙ୍କ ମଧ୍ୟରେ ଆଧୁନିକ କୃଷି ଯନ୍ତ୍ରପାତି ପ୍ରତି ଉତ୍ସାହ ବଢାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ