ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ

ବାଲେଶ୍ୱର (ସରୋଜ ପଣ୍ଡା): ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଡିଟରିୟମ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାଲେଶ୍ୱର ଜିଲ୍ଲାର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ସରକାରଙ୍କ ସରକାରୀ ଦଳର ମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ,  ସୋର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାଧବ ଧଡ଼ା, ସିମୁଳିଆ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା, ମାନ୍ୟବର ଭୋଗରାଇ ବିଧାୟକ ଶ୍ରୀଯୁକ୍ତ ଗୌତମ ବୁଦ୍ଧ ଦାସ, ମାନ୍ୟବର ଜଳେଶ୍ୱର ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର, ମାନ୍ୟବର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ମୁଖ୍ୟ ଯୋଗାଣ ଅଧିକାରୀ ତଥା ଜିଲ୍ଲା ପରିଚାଳକ ଶ୍ରୀଯୁକ୍ତ ସଲାଉଦ୍ଦିନ ଖାଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ହେମନ୍ତ ସିଂ, ଉପଜିଲ୍ଲାପାଳ ବାଲେଶ୍ୱର ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜେସିର୍କେ,  ଡି.ଆର.ସି.ଏସ, ଜିଲ୍ଲାର କୃଷି ସମ୍ବଳିତ ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ରହି ଧାନ ସଂଗ୍ରହ କମିଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।  ଜିଲ୍ଲାର ମାନ୍ୟବର ବିଧାୟକଗଣ ନିଜ ନିଜ ଅଂଚଳର ଚାଷୀମାନେ କିପରି ନିଜର ଉଚିତ ସରକାରୀ ସହାୟକ ମୂଲ୍ୟ ପାଇ ପାରିବେ, ଧାନ କ୍ରୟ ନିମନ୍ତେ ଆବଶ୍ୟକ ନିଷ୍ପତ୍ତି, ନିଷ୍ପତ୍ତି ଗୁଡ଼ିକର ସଫଳ କାର୍ଯ୍ୟାନ୍ନୟନ ତଦାରଖ, ଧାନ କ୍ରୟ ନିମନ୍ତେ କେନ୍ଦ୍ର ଗୁଡ଼ିକର ଚାଷୀଙ୍କ ସୁବନ୍ଦୋବସ୍ଥ ମଣ୍ଡି ପରିଚାଳନା ପାଇଁ ନୋଡ଼ାଲ ଏବଂ ସୁପରଭାଇଜିଙ୍ଗ ଅଫିସର ବ୍ୟବସ୍ଥା, ସୀମା ସିଲ, ଏଫ.ଏ.କ୍ଯୁ ମାନ ଯାଞ୍ଚ ପାଇଁ ଯନ୍ତ୍ର ଏବଂ କ୍ଲିନିଙ୍ଗ ବ୍ୟବସ୍ଥା ସମ୍ପର୍କରେ ଧାନର ମିଶ୍ରିତ ବାହ୍ୟ ପଦାର୍ଥ ସର୍ବୋଚ୍ଚ ୧୭% ପର୍ଯ୍ୟନ୍ତ କୋହଳ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ୨୦୨୪-୨୫ ରବି ଋତୁର ଧାନକ୍ରୟ ନିମନ୍ତେ ମୋଟ ୪୭୪୮୬ ଜଣ ପଞ୍ଜିକୃତ ଚାଷୀଙ୍କଠାରୁ ୧୯୭୮୦୪୦ କୁଇଣ୍ଟାଲ ଆନୁମାନିକ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ସମ୍ପର୍କରେ ବୈଠକରୁ ଜଣ ପଡ଼ିଛି । ସର୍ବଶେଷରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ ଉପସ୍ଥିତ ସମସ୍ତ ସଦସ୍ୟ / ସଦସ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ