କ୍ରିକେଟ ଦଳର ଐତିହାସିକ ବିଜୟ: 69ତମ ରାଜ୍ୟସ୍ତରୀୟ କ୍ରିକେଟ୍ ଚ୍ୟାମ୍ପିଅନସିପ୍-୨୦୨୫
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କ୍ରିକେଟ ଦଳ ଐତିହାସିକ ବିଜୟ ହାସଲ କରିଥିବା ସୂଚନା ମିଳିଛି। 69ତମ ରାଜ୍ୟସ୍ତରୀୟ କ୍ରିକେଟ୍ ଚ୍ୟାମ୍ପିଅନସିପ୍–2025 ର ଫାଇନାଲ୍ରେ ଗଜପତି ଜିଲ୍ଲା କ୍ରିକେଟ ଦଳ ଯାଜପୁରକୁ ପରାଜିତ କରି ଚ୍ୟାମ୍ପିଅନ୍ କପ ହାସଲ କରିଛି। ଗଜପତି ଜିଲ୍ଲା କ୍ରିକେଟ ଦଳର ଏହି ବିଜୟ ଯୋଗୁଁ ସମଗ୍ର ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମୟାଧର ସାହୁ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ର ଦଳର ସମସ୍ତ ଖେଳାଳି, ଟିମ୍ ମ୍ୟାନେଜର୍ ଓ କୋଚ୍ଙ୍କୁ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି। ସେମାନେ ତାଙ୍କୁ ଭବିଷ୍ୟତ୍ରେ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିବା ସହିତ ଗଜପତି ଦଳର ଏହି ସଫଳତା ଗଜପତି ଜିଲ୍ଲା ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁ ଜଣାଇଛନ୍ତି।


