ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ

ଛତ୍ରପୁର, (ଓ୍ବାଇଏନଏସ): କେରାଣ୍ଡି ତୋଳା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଗ୍ରାମସ୍ଥିତ ଚନ୍ଦ୍ରଶେଖର ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ମଞ୍ଚର ସଂଯୋଜକ କାମରାଜୁ ମହାରଣା ଏବଂ ସଭାପତିଙ୍କ ନରହରି ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ରାଧେଶ୍ୟାମ ଫାଉଣ୍ଡେସନର ସଭାପତି ଦେବାଶିଷ ମିଶ୍ର, ଆଇନଜୀବୀ, କବି ଓ ସାହିତ୍ୟିକ ଡ଼ଃ ପ୍ରଶାନ୍ତ କୁମାର ଶତପଥି, ଓଡିଶା ସାମ୍ବାଦିକ ସଂଘ ର ଗଞ୍ଜାମ ଜିଲ୍ଲା ଉପସଭାପତି  ପ୍ରଶାନ୍ତ କୁମାର ମହାରଣା, ଶିକ୍ଷକ ନେତା  ଅଶୋକ କୁମାର ଦଳାଇ ଏବଂ ପ୍ରଫେସର ଲୋକନାଥ ପରିଡା, ମଞ୍ଚର କାର୍ଯ୍ୟକାରି ସଭାପତି ଅଭିମନ୍ୟୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସମାଜ ଗଠନରେ ଅବଦାନ ଏବଂ ସେମାନଙ୍କ ସମ୍ମାନ ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା ଗୀତ ମାଧ୍ୟମରେ ବରିଷ୍ଠ ନାଗରିକଙ୍କ ଜୀବନ ଅନୁଭୂତି ଓ ସମାଜ ପ୍ରତି ସେମାନଙ୍କ ଅବଦାନକୁ ଉପସ୍ଥାପନ କରିଥିଲେ।  କାର୍ଯ୍ୟକ୍ରମକୁ ସଂଯୋଜକ କାମରାଜୁ ମହାରଣା ସଫଳତାର ସହ ପରିଚାଳନା କରିଥିବା ବେଳେ ଶେଷରେ ମଞ୍ଚର ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ