କନିକା ବ୍ଲକ ଅଞ୍ଚଳରେ ସରକାରଙ୍କ ମଦଦୋକାନ ଖୋଲିବାକୁ ବିରୋଧ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ସରକାର ପନ୍ଦରଟି ନୂଆ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ଏହା ବିରୋଧରେ ଆପତ୍ତି ଅଭିଯୋଗ ଦାଖଲର ଶେଷ ତାରିଖ ଥିବା ବେଳେ ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରତିବାଦ ଦରଖାସ୍ତ ଦାଖଲ କରାଯାଇଛି। ସଂଗଠନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଭାଗୀରଥି ଜେନା, ଆଳି ବ୍ଲକ ସଭାପତି ଲକ୍ଷ୍ମୀଧର ଦୀକ୍ଷିତ, ସମ୍ପାଦକ ଗୋବିନ୍ଦ ନନ୍ଦ, ସହ ସମ୍ପାଦକ ସୋହାନା ବେଗମ୍‌, ଅମରେନ୍ଦ୍ର ଦାସ, ଧନେଶ୍ୱର ରାଉତ ପ୍ରମୁଖଙ୍କ ଦ୍ୱାରା ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଏହି ଅଭିଯୋଗପତ୍ରର ନକଲ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ଅବକାରୀ କମିଶନର ଓ ଅବକାରୀ ଅଧୀକ୍ଷକଙ୍କ ନିକଟକୁ ପଠାଯାଇଥିବା ବେଳେ ଏଥିରେ ସରକାରଙ୍କୁ ତାଙ୍କର ନିର୍ବାଚନ କାଳୀନ ପ୍ରତିଶ୍ରୁତିକୁ ସ୍ମରଣ କରାଇ ଦିଆଯାଇ ସରକାର ରାଜସ୍ୱ ବୃଦ୍ଧି ପାଇଁ ଆପଣାଉଥିବା ଏପରି ଜନବିରୋଧୀ କାର୍ଯ୍ୟକ୍ରମରୁ ବିରତ ରହିବାକୁ ଅନୁରୋଧ କରାଯାଇଛି। ଜିଲ୍ଲାପାଳଙ୍କ ସହ ଆଲୋଚନା କାଳରେ ଏହି ଘଟଣାକୁ ନେଇ ଆଳି କନିକା ଅଞ୍ଚଳରେ ଏବେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷ ସମ୍ପର୍କରେ ସୂଚାଇ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ